ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ମାଟିତଳୁ ମିଳିଲା ନକ୍ସଲ ଲୁଚାଇଥିବା ୩୮ ଲକ୍ଷ ଟଙ୍କା

0

ଛତିଶଗଡ: ଛତିଶଗଡ ଗରିଆବନ୍ଧ ପୋଲିସର ବଡ ସଫଳତା। ମାଟି ତଳେ ପୋତା ଯାଇଥିଲା ୩୮ ଲକ୍ଷ ଟଙ୍କା। ଗାତ ଖୋଳି ସେହି ଟଙ୍କାକୁ ଜବତ କରିଛି ସିଆର୍‌ପିଏଫ୍‌ ଯବାନ ଓ ଛତିଶଗଡ଼ ପୁଲିସ୍‌। ଏଥିସହ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରାଯାଇଛି। ନକ୍ସଲମାନେ ସେହି ଟଙ୍କା ଓ ମାରଣାସ୍ତ୍ର ପୋତି ରଖିଥିବା ଜଣାପଡ଼ିଛି। ଛତିଶଗଡ ଗରିଆବନ୍ଧ ଏବଂ ଧମତରି ପୋଲିସ ମଙ୍ଗଳବାର ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଓ ବିସ୍ଫୋରକ ସହ ୩୮ ଲକ୍ଷ ଟଙ୍କା ଜବତ କରିଛି।

ଛତିଶଗଡ ଗରିଆବନ୍ଧ ଓ ଧମତରି ପୋଲିସ ଏବଂ ସିଆରପିଏଫ୍‌ ଯବାନଙ୍କ ପକ୍ଷରୁ ଗତ ୧୦ ତାରିଖରୁ ଛୋଟେ ଗବରା ଏବଂ ପେଣ୍ଡ୍ରା ଜଙ୍ଗଲରେ ତଲାସି ଆରମ୍ଭ ହୋଇଥିଲା। ଦୁଇ ଦିନଧରି ଜାରି ରହିଥିବା ତଲାସିରେ ମାଓବାଦୀମାନେ ମାଟି ତଳେ ଲୁଚାଇଥିବା ଡମ୍ପକୁ ପୋଲିସ ଟିମ୍‌ ଠାବ କରିଥିବା ବେଳେ ସେଥିରୁ ୩୮ ଲକ୍ଷ ଟଙ୍କା ଜବତ କରାଯାଇଛି। ମିଳିଥିବା ୩୮ ଲକ୍ଷ ମଧ୍ୟରେ ରହିଛି ୬ ବଣ୍ଡଲ ୨ ହଜାରିଆ ନୋଟ୍‌ ରହିଛି । ବିମୁଦ୍ରାକରଣ ବେଳେ ନକ୍ସଲ ଟଙ୍କା ବଦଳାଇ ପାରିନଥିବା ଅନୁମାନ କରାଯାଉଛି ।

ଏଥିସହ ୨୩ ବିଜିଏଲ, ୨ଟିଫିନ୍‌ ବୋମା, ୧୩ ଡେଟୋନେଟର, ଫିଉଜ୍‌ ତାର, ୨କେଜି ବାରୁଦ, ୟୁରିଆ, ୨ ଫ୍ଲାସ ଲାଇଟ୍‌, ୩ ମଲ୍ଟି ମିଟର, ସେନ୍ସର ରିମୋଟ, ମାଓବାଦୀ ପୋଷାକ, କଳା କପଡା ଏବଂ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ କରିଥିଲେ। ଏହା ପରେ ଏହି ଅଞ୍ଚଳରେ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.