ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ରାମ ମନ୍ଦିର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ପାଇଁ ୫,୨୦୦ ଆବେଦନ

0

ଅଯୋଧ୍ୟା: ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ପାଇଁ ମୋଟ ୫,୨୦୦ଟି ଆବେଦନ ମିଳିଛି। ଏହି ଚୟନ ପ୍ରକ୍ରିୟା ଆସନ୍ତା ଏକ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ବୁଧବାର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ରାମ ମନ୍ଦିର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ନୂତନ ସାଧାରଣ ସମ୍ପାଦକ ନିଯୁକ୍ତି, ଖାଲି ପଡ଼ିଥିବା ତିନିଟି ଟ୍ରଷ୍ଟି ପଦ ପୂରଣ ଏବଂ ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି ସମ୍ପର୍କରେ ଆଲୋଚନା ହୋଇଥିଲା।

ଟ୍ରଷ୍ଟର ଅନ୍ତରୀଣ ସାଧାରଣ ସମ୍ପାଦକ କୃଷ୍ଣ ମୋହନ କହିଛନ୍ତି ଯେ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ପାଇଁ ବିପୁଳ ସଂଖ୍ୟାରେ ଆବେଦନ ଆସିଥିବାରୁ ଚୟନ ପ୍ରକ୍ରିୟାକୁ ଆଉ ଚାରି ସପ୍ତାହ ବଢ଼ାଇବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଦାନ ଅର୍ଥ ହଡ଼ପ ଅଭିଯୋଗକୁ ନେଇ ବିଭିନ୍ନ ଚର୍ଚ୍ଚା ସତ୍ତ୍ୱେ ଭକ୍ତମାନଙ୍କ ଆସ୍ଥା ଅଟୁଟ ରହିଛି ଏବଂ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟାରେ କୌଣସି ହ୍ରାସ ଘଟିନାହିଁ ବୋଲି ସେ କହିଛନ୍ତି। ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି ଯେ, ମନ୍ଦିରର ଧାର୍ମିକ ଆଚାର-ବିଚାର ଓ ପରମ୍ପରାକୁ ସଠିକ୍ ଭାବେ ପାଳନ କରିବା ପାଇଁ ଏକ ୯ ସଦସ୍ୟ ବିଶିଷ୍ଟ ଧାର୍ମିକ କମିଟି ପୁନର୍ଗଠନ କରାଯାଇଛି। ଏଥିରେ ଅଯୋଧ୍ୟାର ୫ ଜଣ ସନ୍ଥ ଏବଂ ଅନ୍ୟ ମନ୍ଦିର ଟ୍ରଷ୍ଟର ୪ ଜଣ ସଦସ୍ୟ ରହିବେ।

ସେ ଆହୁରି କହିଛନ୍ତି ଯେ, ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା ପ୍ରମାଣିତ ଏକ ସ୍ଥାୟୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ କରାଯିବ, ଯେଉଁଠାରେ ପୂଜକମାନଙ୍କୁ ଧାର୍ମିକ ଆଚାର ଓ ପୂଜା ପଦ୍ଧତି ସମ୍ପର୍କରେ ତାଲିମ ଦିଆଯିବ। ଏହି ପ୍ରଶିକ୍ଷିତ ପୂଜକମାନେ ରାମ ମନ୍ଦିର ସମେତ ୧୪ଟି ମନ୍ଦିରରେ ସେବା ଦେବେ। ଦାନ ଅର୍ଥ ହଡ଼ପ ଅଭିଯୋଗର ତଦନ୍ତ ସମ୍ପର୍କରେ ଟ୍ରଷ୍ଟ କହିଛି ଯେ, ଏହି ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ର ଚୂଡ଼ାନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ମିଳିନଥିବାରୁ ବୈଠକରେ ଏ ବିଷୟରେ କୌଣସି ଆଲୋଚନା ହୋଇନଥିଲା।

Leave A Reply

Your email address will not be published.