ରାଉରକେଲା: ରାଉରକେଲା ଜିଆରପିକୁ ମିଳିଲା ବଡ ସଫଳତା। ରାଉରକେଲା ରେଳ ଷ୍ଟେସନରୁ ୬୦ କେଜି ରୁପା ଅଳଙ୍କାର ଜବତ କଲା ଜିଆରପି। ରୁପା ଅଳଙ୍କାର ଜବତ ସହ ଜଣଙ୍କୁ ଅଟକ ରଖିଛି ଜିଆରପି। ଅଟକ ବ୍ୟକ୍ତି ଜଣଙ୍କ ହେଲେ ଚନ୍ଦନ କୁମାର। ବିନା ଜିଏସଟିରେ ରୁପା ଅଳଙ୍କାର ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଚନ୍ଦନ କୁମାରଙ୍କ ଉପରେ ସନ୍ଦେହ ହୋଇଥିଲା। ରାଉରକେଲା ରେଳ ଷ୍ଟେସନରୁ ରାଞ୍ଚି ନେଇଯାଉଥିବା ବେଳେ ରୁପା ଅଳଙ୍କାର ସବୁକୁ ଜବତ କରିଛି ଜିଆରପି। ଘଟଣା ସମ୍ପର୍କରେ ଜିଏସ୍ଟି ବିଭାଗକୁ ଅବଗତ କରିଛି ଜିଆରପି।
ସୂଚନା ଅନୁସାରେ, ୬୦ କେଜି ରୁପା ଅଳଙ୍କାର ନେଇ ରାଞ୍ଚି ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲା ରେଳ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତିଙ୍କୁ ଧରିଥିଲା ଜିଆରପି। ଉକ୍ତ ବ୍ୟକ୍ତିଙ୍କର ବ୍ୟାଗ ଯାଞ୍ଚ କରିବାରୁ ସେଥିରୁ ୫୧ କେଜି ଅଳଙ୍କାର ଓ ୧୦ ଖଣ୍ଡ ଇଟା ଜବତ କରିଥିଲା ଜିଆରପି। ପରେ ଏନେଇ ଜିଏସ୍ଟି ବିଭାଗକୁ ଅବଗତ କରିଥିଲା ଜିଆରପି। ଜିଏସ୍ଟି କର୍ମଚାରୀ ଉକ୍ତ ବ୍ୟକ୍ତିକୁ ଅଟକ ରଖିବା ସହ ଜବତ ରୁପା ବିଷୟରେ ପଚରାଉଚରା କରୁଛନ୍ତି। ତେବେ ଏତେ ପରିମାଣର ରୁପା କାହିଁକି ଏବଂ କାହା ପାଖକୁ ନେଉଥିଲେ ସେନେଇ ଅଧିକ ତଦନ୍ତ କରୁଛି ଜିଏସଟି ବିଭାଗ।
ପ୍ରମୁଖ ଖବର
୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍ ମାର୍ଜିନ୍
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି