ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଆଗକୁ ବିଦ୍ୟୁତ ସଙ୍କଟ, ଅଧିକାଂଶ ସମୟ କଟିବ ବିଜୁଳି

0

ନୂଆଦିଲ୍ଲୀ: ଆଗକୁ କିଛି ଦିନ ଭିତରେ ଆପଣଙ୍କୁ ଘୋର ବିଦ୍ୟୁତ ସଙ୍କଟର ସାମ୍ନା କରିବାକୁ ପଡିପାରେ। କାରଣ ଭାରତରେ ବିଜୁଳି ଉତ୍ପାଦନ ପାଇଁ ସର୍ବାଧିକ କୋଇଲା ବ୍ୟବହୃତ ହେଉଥିବା ବେଳେ ଦେଶରେ ରହିଥିବା ବିଦ୍ୟୁତ ପ୍ଲାଣ୍ଟ ଗୁଡିକରେ ଏବେ କୋଇଲାର ଅଭାବ ଦେଖାଦେଇଛି। ଦେଶରେ କେବଳ ୪ ଦିନ ପାଇଁ କୋଇଲା ଗଚ୍ଛିତ ରହିଛି। ଏହି ବିଦ୍ୟୁତ ସମସ୍ୟା ଚାଇନାର ବିଜୁଳି ସଙ୍କଟଠାରୁ ମଧ୍ୟ ବଳିଯାଇପାରେ ବୋଲି ଅନୁମାନ କରାଯାଉଛି।

ଦେଶରେ ପ୍ରାୟ ୭୦ ପ୍ରତିଶତ ବିଦ୍ୟୁତ କୋଇଲାରୁ ଉତ୍ପାଦନ ହୋଇଥାଏ। ୧୩୫ଟି ଥର୍ମାଲ ପ୍ଲାଣ୍ଟ ମଧ୍ୟରୁ ୭୨ଟି ପ୍ଲାଣ୍ଟରେ ୩ ଦିନରୁ ମଧ୍ୟ କମ କୋଇଲା ମହଜୁଦ ଅଛି। ସେହିପରି ୫୦ଟି ପାୱାର ପ୍ଲାଣ୍ଟରେ ୪ରୁ ୧୦ ଦିନର କୋଇଲା ଗଚ୍ଛିତ ଥିବା ବେଳେ କେବଳ ୧୩ଟି ପ୍ଲାଣ୍ଟରେ ୧୦ ଦିନରୁ ଅଧିକ କୋଇଲା ରହିଛି। ସ୍ଥିତିରେ ସୁଧାର ନ ଆସିଲେ, କୋଇଲା ଯୋଗାଣ ଜନିତ ସମସ୍ୟା ଯୋଗୁଁ ବିଦ୍ୟୁତ ସଙ୍କଟ ଉପୁଜିବା ନିଶ୍ଚିତ।

ସୂଚନା ଅନୁଯାୟୀ, କୋଇଲା ଉତ୍ପାଦନ ଓ ଆମଦାନୀରେ ସମସ୍ୟା ଯୋଗୁଁ ଏଭଳି ଅସୁବିଧା ଦେଖାଦେଇଛି। ବର୍ଷା ଯୋଗୁଁ ଖଣି ଓ ପରିବହନ ମାର୍ଗରେ ପାଣି ଜମି ରହୁଛି। ଏହାହିଁ କୋଇଲା ଉତ୍ପାଦନ ବାଧାପ୍ରାପ୍ତ ହେବାର ମୁଖ୍ୟ କାରଣ। ସେହିପରି ବିଦ୍ୟୁତ ସଙ୍କଟର ଆଉ ଏକ କାରଣ ହେଉଛି କରୋନା। ମହାମାରୀ କରୋନା ସମୟରେ ଅଧିକ ମାତ୍ରାରେ ବିଦ୍ୟୁତ ବ୍ୟବହୃତ ହୋଇଥିଲା। ଏବେ ବି ପୂର୍ବଅପେକ୍ଷା ଅଧିକ ବିଜୁଳି ବ୍ୟବହାର କରାଯାଉଛି।

ଶକ୍ତି ମନ୍ତ୍ରାଳୟର ଏକ ସୂଚନା ଅନୁସାରେ , ୨୦୧୯ ଅଗଷ୍ଟ ସେପ୍ଟେମ୍ବର ମାସରେ ମାସକୁ ମୋଟ ବିଦ୍ୟୁତ ବ୍ୟବହାର ୧୦ ହଜାର ୬୬୦ କୋଟି ୟୁନିଟ୍ ଥିଲା।୨୦୨୧ରେ ଏହା ମାସକୁ ୧୨ ହଜାର ୪୨୦ ୪୨ହ କୋଟି ୟୁନିଟକୁ ବୃଦ୍ଧି ପାଇଛି। ଭାରତ ଅଧିକରୁ ଅଧିକ ବିଦ୍ୟୁତ ପ୍ଲାଣ୍ଟରେ ଉତ୍ପାଦନ ବନ୍ଦ ହେବା ନେଇ ସତର୍କ
ଜାରି କରିଛି। ସେପ୍ଟେମ୍ବର ଶେଷ ସୁଦ୍ଧା, ସାରା ଦେଶରେ ବିଦ୍ୟୁତ ପ୍ଲାଣ୍ଟ ଗୁଡିକରେ ମାତ୍ର ୧୩ ଦିନ ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ଷ୍ଟକ ଥିଲା। ଗତ ମାସ ଶେଷ ଭାଗରେ ବିଦ୍ୟୁତ ପ୍ଲାଣ୍ଟରେ କୋଇଲା ଷ୍ଟକ ୮୧ ନିୟୁତ ଟନରେ ପହଞ୍ଚିଛି। ଯାହା ପୂର୍ବ ବର୍ଷ ତୁଳନାରେ ୭୬ ପ୍ରତିଶତ କମ।

କୋଇଲା ଅଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ଆଲୁମିୟମ କମ୍ପାନି ଓ ଇସ୍ପାତ କମ୍ପାନି ଗୁଡିକ ଗ୍ରାହକଙ୍କୁ ଯୋଗାଣ କମ କରିଦେଇଛନ୍ତି। ତେବେ କୋଇଲା ଅଭାବ ସମସ୍ୟା ଦୂର କରିବାକୁ ଅଧିକ ଦିନ ଲାଗିପାରେ ବୋଲି ସୂଚନା ରହିଛି।

Leave A Reply

Your email address will not be published.