ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଲୋକେ କହିଲେ, ମଡେଲ ବି ମାରିଯିବେ ଫେଲ୍‌…

0

ନୂଆଦିଲ୍ଲୀ: ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କ ପ୍ରଶଂସକ ଏବେ କେବଳ ଭାରତରେ ନୁହଁନ୍ତି ସାରା ବିଶ୍ୱରେ ଅଛନ୍ତି। ନୀରଜଙ୍କ ଜଲୱା ଏବେ ସବୁଠି ଦେଖିବାକୁ ମିଳୁଛି। ଖେଳ ଓ ଅଭିନୟ ବ୍ୟତୀତ ଏବେ ଫ୍ୟାସନ ୱାଲ୍ଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ନୀରଜ ଚୋପ୍ରା। ପ୍ରସିଦ୍ଧ ଡିଜାଇନର ରୋହିଲ ବାଲଙ୍କ ପୋଷାକରେ ନୀରଜ ଏକ ଭଲ ଫଟୋ ସୁଟ କରିଛନ୍ତି, ଯାହା ସେ ନିଜେ ଇନଷ୍ଟାରେ ସେୟାର କରିଛନ୍ତି।

ପାରମ୍ପରିକ ପୋଷାକରେ ନୀରଜ ଚୋପ୍ରା ଏହି ଫଟୋସୁଟ କରିଛନ୍ତି। କୁର୍ତ୍ତା ଓ ଶେରୱାନିରେ ନୀରଜଙ୍କ ଏହି ଜବରଦସ୍ତ ଲୁକ୍‌କୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି। ନୀରଜ ଏହି ଫଟୋ ଗୁଡିକୁ ଇନଷ୍ଟାରେ ପୋଷ୍ଟ କରି ରୋହିତ ବାଲଙ୍କୁ ଟ୍ୟାଗ କରିଛନ୍ତି। ଏହାର କ୍ୟାପସନରେ ନୀରଜ ଲେଖିଛନ୍ତି ଯେ, ଗତମାସରେ ଡିଜାଇନର ରୋହିତ ବାଲଙ୍କୁ ଭେଟିବା ସହିତ ତାଙ୍କ ଡିଜାଇନର ପୋଷାକ ପିନ୍ଧି ଫଟୋସୁଟ କରିବାର ସୁଯୋଗ ମିଳିଲା। ତାଙ୍କର ଡ୍ରେସ ଡିଜାଇନକୁ ସେ ବହୁତ ପସନ୍ଦ କରନ୍ତି ବୋଲି କହିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରା ଏବେ ସମସ୍ତଙ୍କ ପସନ୍ଦ ପାଲଟିଯାଇଛନ୍ତି। ବନ୍ଦ ବେକ କୁର୍ତ୍ତା ସହିତ ଯୋଧପୁରୀ ପ୍ୟାଣ୍ଟ ପିନ୍ଧିଛନ୍ତି ନୀରଜ। ଆଉ ନୀରଜଙ୍କ ଏହି ଫଟୋ ଉଠାଇଛନ୍ତି ଫଟୋଗ୍ରାଫର ତରୁଣ ଖିଆୱାଲ। ନୀରଜ ଏହି ଫଟୋରେ ପ୍ରଫେସନାଲ ମଡେଲଙ୍କଠୁ କମ ଲାଗୁନାହାଁନ୍ତି ଏବଂ ଏହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାର ଲାଗିଛି। ପ୍ରଶଂସକ ମାନେ କମେଣ୍ଟ ପରେ କମେଣ୍ଟ କରିଚାଲିଛନ୍ତି।

କେହି ସୁପର ମଡେଲ ତ କେହି ତାଙ୍କୁ ହିରୋ ବୋଲି କମେଣ୍ଟରେ ଲେଖିଛନ୍ତି। ଫଟୋଗ୍ରାଫର ତରୁଣ ଖିଆୱାଲ ମଧ୍ୟ ନିଜ ଇନଷ୍ଟାରେ ଏକ ଫୋଟୋ ସେୟାର କରି ଲେଖିଛନ୍ତି ଯେ, ନମ୍ର ସ୍ୱଭାବର ଯୁବକ ନୀରଜଙ୍କ ଫଟୋସୁଟ କରିବାର ଅବସର ମିଳିଛି। ଏହା ତାଙ୍କ ପାଇଁ ଗର୍ବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.