ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଆଗକୁ ବିଦ୍ୟୁତ ସଙ୍କଟ, ଅଧିକାଂଶ ସମୟ କଟିବ ବିଜୁଳି

0

ନୂଆଦିଲ୍ଲୀ: ଆଗକୁ କିଛି ଦିନ ଭିତରେ ଆପଣଙ୍କୁ ଘୋର ବିଦ୍ୟୁତ ସଙ୍କଟର ସାମ୍ନା କରିବାକୁ ପଡିପାରେ। କାରଣ ଭାରତରେ ବିଜୁଳି ଉତ୍ପାଦନ ପାଇଁ ସର୍ବାଧିକ କୋଇଲା ବ୍ୟବହୃତ ହେଉଥିବା ବେଳେ ଦେଶରେ ରହିଥିବା ବିଦ୍ୟୁତ ପ୍ଲାଣ୍ଟ ଗୁଡିକରେ ଏବେ କୋଇଲାର ଅଭାବ ଦେଖାଦେଇଛି। ଦେଶରେ କେବଳ ୪ ଦିନ ପାଇଁ କୋଇଲା ଗଚ୍ଛିତ ରହିଛି। ଏହି ବିଦ୍ୟୁତ ସମସ୍ୟା ଚାଇନାର ବିଜୁଳି ସଙ୍କଟଠାରୁ ମଧ୍ୟ ବଳିଯାଇପାରେ ବୋଲି ଅନୁମାନ କରାଯାଉଛି।

ଦେଶରେ ପ୍ରାୟ ୭୦ ପ୍ରତିଶତ ବିଦ୍ୟୁତ କୋଇଲାରୁ ଉତ୍ପାଦନ ହୋଇଥାଏ। ୧୩୫ଟି ଥର୍ମାଲ ପ୍ଲାଣ୍ଟ ମଧ୍ୟରୁ ୭୨ଟି ପ୍ଲାଣ୍ଟରେ ୩ ଦିନରୁ ମଧ୍ୟ କମ କୋଇଲା ମହଜୁଦ ଅଛି। ସେହିପରି ୫୦ଟି ପାୱାର ପ୍ଲାଣ୍ଟରେ ୪ରୁ ୧୦ ଦିନର କୋଇଲା ଗଚ୍ଛିତ ଥିବା ବେଳେ କେବଳ ୧୩ଟି ପ୍ଲାଣ୍ଟରେ ୧୦ ଦିନରୁ ଅଧିକ କୋଇଲା ରହିଛି। ସ୍ଥିତିରେ ସୁଧାର ନ ଆସିଲେ, କୋଇଲା ଯୋଗାଣ ଜନିତ ସମସ୍ୟା ଯୋଗୁଁ ବିଦ୍ୟୁତ ସଙ୍କଟ ଉପୁଜିବା ନିଶ୍ଚିତ।

ସୂଚନା ଅନୁଯାୟୀ, କୋଇଲା ଉତ୍ପାଦନ ଓ ଆମଦାନୀରେ ସମସ୍ୟା ଯୋଗୁଁ ଏଭଳି ଅସୁବିଧା ଦେଖାଦେଇଛି। ବର୍ଷା ଯୋଗୁଁ ଖଣି ଓ ପରିବହନ ମାର୍ଗରେ ପାଣି ଜମି ରହୁଛି। ଏହାହିଁ କୋଇଲା ଉତ୍ପାଦନ ବାଧାପ୍ରାପ୍ତ ହେବାର ମୁଖ୍ୟ କାରଣ। ସେହିପରି ବିଦ୍ୟୁତ ସଙ୍କଟର ଆଉ ଏକ କାରଣ ହେଉଛି କରୋନା। ମହାମାରୀ କରୋନା ସମୟରେ ଅଧିକ ମାତ୍ରାରେ ବିଦ୍ୟୁତ ବ୍ୟବହୃତ ହୋଇଥିଲା। ଏବେ ବି ପୂର୍ବଅପେକ୍ଷା ଅଧିକ ବିଜୁଳି ବ୍ୟବହାର କରାଯାଉଛି।

ଶକ୍ତି ମନ୍ତ୍ରାଳୟର ଏକ ସୂଚନା ଅନୁସାରେ , ୨୦୧୯ ଅଗଷ୍ଟ ସେପ୍ଟେମ୍ବର ମାସରେ ମାସକୁ ମୋଟ ବିଦ୍ୟୁତ ବ୍ୟବହାର ୧୦ ହଜାର ୬୬୦ କୋଟି ୟୁନିଟ୍ ଥିଲା।୨୦୨୧ରେ ଏହା ମାସକୁ ୧୨ ହଜାର ୪୨୦ ୪୨ହ କୋଟି ୟୁନିଟକୁ ବୃଦ୍ଧି ପାଇଛି। ଭାରତ ଅଧିକରୁ ଅଧିକ ବିଦ୍ୟୁତ ପ୍ଲାଣ୍ଟରେ ଉତ୍ପାଦନ ବନ୍ଦ ହେବା ନେଇ ସତର୍କ
ଜାରି କରିଛି। ସେପ୍ଟେମ୍ବର ଶେଷ ସୁଦ୍ଧା, ସାରା ଦେଶରେ ବିଦ୍ୟୁତ ପ୍ଲାଣ୍ଟ ଗୁଡିକରେ ମାତ୍ର ୧୩ ଦିନ ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ଷ୍ଟକ ଥିଲା। ଗତ ମାସ ଶେଷ ଭାଗରେ ବିଦ୍ୟୁତ ପ୍ଲାଣ୍ଟରେ କୋଇଲା ଷ୍ଟକ ୮୧ ନିୟୁତ ଟନରେ ପହଞ୍ଚିଛି। ଯାହା ପୂର୍ବ ବର୍ଷ ତୁଳନାରେ ୭୬ ପ୍ରତିଶତ କମ।

କୋଇଲା ଅଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ଆଲୁମିୟମ କମ୍ପାନି ଓ ଇସ୍ପାତ କମ୍ପାନି ଗୁଡିକ ଗ୍ରାହକଙ୍କୁ ଯୋଗାଣ କମ କରିଦେଇଛନ୍ତି। ତେବେ କୋଇଲା ଅଭାବ ସମସ୍ୟା ଦୂର କରିବାକୁ ଅଧିକ ଦିନ ଲାଗିପାରେ ବୋଲି ସୂଚନା ରହିଛି।

Leave A Reply

Your email address will not be published.