ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

୩୦ ବର୍ଷ ପରେ ବଡିଗାର୍ଡଙ୍କୁ ଭେଟିଲେ ବିଗ୍ ବି..

0

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଅଧିକାଂଶ ସମୟ କୋନ ବନେଗା କରୋଡପତି ସିଜିନ ୧୩ରେ ନିଜର ଅତୀତକୁ ନେଇ କିଛି ଅଜଣା କଥା ଦର୍ଶକଙ୍କ ସହ ବାଣ୍ଟୁଛନ୍ତି। ଏଥର କେବିସି ହଟସିଟରେ କିଛି ଏମିତି ପ୍ରତିଯୋଗୀଙ୍କୁ ଦେଖିବାକୁ ମିଳୁଛି ଯେଉଁମାନେ ବିଗ ବିଙ୍କ ସହ ପୂର୍ବରୁ ଜଡିତ ଥିଲେ।କେବିସିର ଲାଟେଷ୍ଟ ଏପିସୋଡରେ ଜଣେ ଏମିତି ବ୍ୟକ୍ତି ଆସିଥିଲେ ଯିଏ ୩୦ ବର୍ଷ ପୂର୍ବେ ଅମିତାଭଙ୍କ ବଡିଗାର୍ଡ ଥିଲେ।

କେବିସିକୁ ରଶ୍ମି କଦମ ତାଙ୍କ ବାପା ରାଜେନ୍ଦ୍ର କଦମଙ୍କ ସହ ଆସିଥିଲେ। ରଶ୍ମି ହଟସିଟ ଯାଏ ପହଞ୍ଚିଥିଲେ ଏବଂ ୧୨ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜିତିଥିଲେ। ହେଲେ ଏପିସୋଡରେ ରାଜେନ୍ଦ୍ର କଦମ କହିଥିଲେ ଯେ, ୩୦ ବର୍ଷ ପୂର୍ବେ ସେ ଅମିତାଭଙ୍କ ବଡିଗାର୍ଡ ଭାବେ କାମ କରୁଥିଲେ। ଅମିତାଭ ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲୋ ରାଜେନ୍ଦ୍ର ଆହୁରି କହିଥିଲେ, ତାଙ୍କର ସବୁବେଳେ ଅମିତାଭଙ୍କ ସହ ଏକ ଫଟୋ ଉଠାଇବାକୁ ଇଛା ଥିଲା। ଏବଂ ଏହି ସ୍ୱପ୍ନ ତାଙ୍କ ପୁଅ ତାଙ୍କ ପାଇଁ ପୂରଣ କରିଦେଇଛନ୍ତି। ରାଜେନ୍ଦ୍ର କଦମ କହିଥିଲେ, ୧୯୯୨ରେ ସେ ଯେତେବେଳେ ପିଏସଓ(ପର୍ସନାଲ ସିକ୍ୟୁରିଟି ଅଫିସର) ଥିଲେ, ସେତେବେଳେ ମୋବାଇଲ ନଥିବାରୁ ଫଟୋ ଉଠାଇପାରିନଥିଲେ। ଆଜି କେବିସିରେ ବିଗ ବିଙ୍କୁ ଦେଖି ସେ ବହୁତ ଖୁସି ଥିବା କହିଛନ୍ତି।

ରାଜେନ୍ଦ୍ର କଥା ଶୁଣିବା ପରେ ଅମିତାଭ କହିଥିଲେ, ଦୁନିଆ ବହୁତ ଛୋଟ। ତାଙ୍କୁ ରାଜେନ୍ଦ୍ରଙ୍କ ସହ ଫଟୋ ଉଠାଇବାର ସୌଭାଗ୍ୟ ମିଳୁଥିବାରୁ ସେ ନିଜକୁ ବହୁ ଭାଗ୍ୟବାନ ଭାବୁଛନ୍ତି। କେବିସିର ସିଜିନ ୧୩ରେ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ଖେଳାଳି ଓ ବହୁ ଜଣାଶୁଣା ବ୍ୟକ୍ତିବିଶେଷକୁ ହଟସିଟରେ ଦେଖିବାକୁ ମିଳିଛି।

ଏବେ ବିଗ ବି ଅମିତାଭ ବଚ୍ଚନ କେବିସିର ହୋଷ୍ଟିଂ କରୁଥିବା ବେଳେ ତାଙ୍କ ହାତରେ ଅନେକ ପ୍ରୋଜେକ୍ଟ ଅଛି। ନିକଟରେ ତାଙ୍କ ଫିଲ୍ମ ‘ଚେହେରେ’ରିଲିଜ ହୋଇଥିଲା। ଓଟିଟି ପ୍ଲାଟଫର୍ମରେ ଫିଲ୍ମଟି ମୁକ୍ତିଲାଭ କରିଥିଲା। ଏହା ସହ ଅମିତାଭଙ୍କ ପାଖରେ ଦୀପିକା ପାଦୁକୋନଙ୍କ ସହ ଫିଲ୍ମ ‘ଦି ଇଂଟରନେଟ’ଅଛି।ଯାହା ହଲିଉଡ ଫିଲ୍ମର ହିନ୍ଦୀ ରିମେକ। ଅମିତାଭଙ୍କ ପୂର୍ବରୁ ଋଷି କପୁରଙ୍କୁ ଏହି ଫିଲ୍ମ ଦିଆଯାଇଥିଲା। କିନ୍ତୁ ତାଙ୍କ ମୃତ୍ୟୁ ପରେ ​ଅମିତାଭଙ୍କୁ ଏହି ଫିଲ୍ମ ମିଳିଥିଲା। ଏହା ସହ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସହ ଅମିତାଭଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମଧ୍ୟ ଏବେ ରିଲିଜ ଅପେକ୍ଷାରେ ରହିଛି।

Leave A Reply

Your email address will not be published.