ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ଏଠାରେ ମାଆଙ୍କୁ ଯିଏ ଥରେ ଯାହା ମାଗିଛି, ତାହା ପାଇଛି

0

ଆଜି ଷୋଳ ପୂଜାର ଦ୍ବାଦଶ ଦିବସ, ପୁରୀ ଜିଲ୍ଲାର ବିଭିନ୍ନ ଗାଁ, ସାହିରେ ବିମାନରେ ଦର୍ଶନ ଦେଉଛନ୍ତି ଦୁର୍ଗା-ମାଧବ

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ଆଉ ଏକ ପ୍ରସିଦ୍ଧ ଶକ୍ତି ବା ତନ୍ତ୍ର ପୀଠ ରାଜ୍ୟର ଘରେ ଘରେ ପରିଚିତ। ଦେବୀ ଯେତିକି ପ୍ରତ୍ୟକ୍ଷ, ସେତିକି ଉଗ୍ର। ଏହି ପୀଠରେ ଦୁର୍ଗାପୂଜା ବେଳେ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥାଏ। ଦେବୀଙ୍କୁ ଦର୍ଶନ କରି କୃପାଲାଭ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ପୀଠକୁ ଯାଇଥାନ୍ତି । କୁହାଯାଏ, ମାଆଙ୍କୁ ଯିଏ ଯାହା ଥରେ ମନାସିଛି, ତାହା ପୂରଣ ହୋଇଥାଏ।

ଏମିତି ଏକ ଶକ୍ତି ପୀଠ ଭୁବନେଶ୍ୱର ଠାରୁ ୧୭୪କିମି ଏବଂ ବ୍ରହ୍ମପୁର ମହାନଗର ଠାରୁ ୩୨କିମି ଦୂର ପୁରୁଷୋତ୍ତମପୁର ସନ୍ନିକଟ ଋଷିକୁଲ୍ୟା ନଦୀତଟ ରତ୍ନଗିରି ପାହାଡ ନିକଟରେ ରହିଛି। ସାଧାରଣରେ ଏହା ମାଆ ତାରା ତାରିଣୀ ପୀଠ ଭାବେ ଖ୍ୟାତ।

ପ୍ରଥମ ଶତାବ୍ଦୀ ବେଳକୁ ମହାଯାନ ବୌଦ୍ଧ ଧର୍ମାବଲମ୍ୱୀମାନେ ଏହାକୁ ଏକ ପବିତ୍ର ତନ୍ତ୍ରପୀଠ ଭାବେ ଗଢ଼ି ତୋଳିଥିଲେ। ପରବର୍ତ୍ତୀ ସମୟରେ ଶାକ୍ତ ଓ ହିନ୍ଦୁମାନଙ୍କ ପାଇଁ ମାଆ ତାରା ତାରିଣୀ ଶକ୍ତି ଓ ସାମର୍ଥ୍ୟର ଉପାସ୍ୟ ଦେବୀ ଭାବେ ମାନ୍ୟତା ଓ ପୂଜା ପାଇ ଆସିଛନ୍ତି। ମାଆଙ୍କ ଆର୍ବିଭାବକୁ ନେଇ ବହୁ କିମ୍ୱଦନ୍ତୀ ଓ ପୁରାଣ କଥା ପ୍ରଚଳିତ। କୁହାଯାଏ, ସତୀଙ୍କ ସ୍ତନ ଯୁଗଳ ରତ୍ନଗିରି ପାହାଡ ଉପରେ ପଡିଥିବାରୁ ଦୁଇ ଭଉଣୀ ଉଭା ହୋଇଛନ୍ତି। ଲୋକ ମୁଖରେ ସେମାନେ ହେଉଛନ୍ତି ମାଆ ତାରା ତାରିଣୀ।

କିମ୍ୱଦନ୍ତି ଆହୁରି କହିଥାଏ, ଖରିଡ଼ା ବୀର ଜଗନ୍ନାଥପୁର ଶାସନର ବସୁ ପ୍ରହରାଜଙ୍କ ଦୁଇ ପାଳିତା ଝିଅ ଭାବେ ମାଆଙ୍କ ଆର୍ବିଭାବ ହୁଏ। ପରବର୍ତୀ ସମୟରେ ରତ୍ନଗିରି ପର୍ବତରେ ମନ୍ଦିର ନିର୍ମାଣ କରି ସେମାନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। 

ପାହାଡ ଉପରେ ଥିବା ଦେବୀଙ୍କ ମନ୍ଦିରକୁ ୯୯୯ ପାହାଚ ରହିଛି।ଏଠାରେ ପ୍ରତି ସଂକ୍ରାନ୍ତିରେ ବିଶେଷ ପୂଜା ହୋଇଥାଏ। ଦୋଳ ପୂର୍ଣିମୀ ,ଚୈତ୍ର ମଙ୍ଗଳବାର ପର୍ବ, ବାସନ୍ତିକ ପର୍ବ, ଚିତାଲାଗି ଅମାବାସ୍ୟା, ଗହ୍ମା ପୂର୍ଣିମୀ, ସପ୍ତପୁରୀ ଅମାବାସ୍ୟା ବ୍ୟତୀତ ଶାରଦୀୟ ପୂଜା ଓ ଦୀପାବଳି ବା ଶ୍ୟାମାକାଳୀ ପୂଜା ସମୟରେ ମାଆଙ୍କ ଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ। ଶରତକାଳୀନ ଦୁର୍ଗାପୂଜା ସମୟରେ ଆଶ୍ବିନ ମୂଳା ଅଷ୍ଟମୀରୁ ଦଶହରା ଯାଏ ବିଶେଷ ପୂଜାର୍ଚ୍ଚନା ହୁଏ। ସକାଳ ୫ରୁ ମଧ୍ୟ ରାତ୍ରି ଯାଏ ମନ୍ଦିର ଖୋଲା ରହିଥାଏ। ଷୋଡ଼ଶ ଉପଚାରରେ ପୂଜାବିଧି ସହ ନୀତିକାନ୍ତି ସଂପନ୍ନ ହେବା ପରେ ଯଜ୍ଞ ହୋମାଦି କରାଯାଏ। ଋଷିକୁଲ୍ୟା ନଦୀରୁ ଜଳଆଣି ମାଆଙ୍କ ପୂଜା କରାଯିବାର ପରମ୍ପରା ଏଠାରେ ପ୍ରଚଳିତ ଅଛି।

Leave A Reply

Your email address will not be published.