ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ଏବେ ନୂଆ ରୁପରେ ଜମି ସ୍ୱତ୍ତ୍ୱାଧିକାର

0

ଭୁବନେଶ୍ବର; ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦେବଗଡ଼ ଜିଲ୍ଲାରେ ଜମିଜମାର ସ୍ୱତ୍ତ୍ୱାଧିକାର ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ସର୍ଭେ ଏବଂ ସେଟେଲ୍‌ମେଣ୍ଟ ଆକ୍ଟ ୧୯୫୮ ଅନୁଯାୟୀ ପାରମ୍ପରିକ ପଦ୍ଧତିରେ ସର୍ଭେ ଏବଂ ଜମିଜମାର ସରଳୀକରଣ ପ୍ରକ୍ରିୟା ସମୟସାପେକ୍ଷ ଓ ଖର୍ଚ୍ଚବହୁଳ ଥିଲା । ଏହି ପ୍ରକ୍ରିୟା ଅଧୀନରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ମାନଚିତ୍ରଗୁଡ଼ିକ ତ୍ରୁଟିମୁକ୍ତ ନଥିଲା ଓ ଶୀଘ୍ର ନଷ୍ଟ ହେବାର ସମ୍ଭାବନା ଥିଲା । ପାରମ୍ପରିକ ପଦ୍ଧତିରେ ବହୁଳ ମାନବସମ୍ବଳର ଆବଶ୍ୟକତା ପଡ଼ୁଥିଲା ଓ ଏଥିରେ ମନୁଷ୍ୟକୃତ ତ୍ରୁଟି ମଧ୍ୟ ରହିଯାଉଥିଲା ।

୧୯୫୮ ମସିହାରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇନଥିଲା । ଏହିସବୁ ଅସୁବିଧା ଦୂର କରିବା ସହ ଗୁଣବତ୍ତା ଓ ସ୍ୱଚ୍ଛତା ରକ୍ଷା ସହ ଜମିଜମାଜନିତ ଅଭିଯୋଗର ସମାଧାନ କରି ଆବଶ୍ୟକ ସମୟସୀମାକୁ ହ୍ରାସ କରିବା ସହ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରି ରାଜ୍ୟରେ ସର୍ଭେ ଓ ସମାଧାନ କାର୍ଯ୍ୟ କରିବା ପାଇଁ ଓଡ଼ିଶା ସରକାର ଓଡ଼ିଶା ସ୍ୱତନ୍ତ୍ର ସର୍ଭେ ଓ ସେଟେଲ୍‌ମେଣ୍ଟ ଆକ୍ଟ ୨୦୧୨ ପ୍ରଣୟନ କରିଥିଲେ ।

ଏହି ଅଧିନିୟମ ଅନୁଯାୟୀ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରି ସରକାର ଜମିଜମା ସଂକ୍ରାନ୍ତୀୟ ତ୍ରୁଟି ସଂଶୋଧନ ଓ ସମାଧାନ ଦିଗରେ ଦୃଷ୍ଟି ଦେଲେ, ଯାହାକି ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତ ଅଟେ । ତଦନୁସାରେ ହାଇଟେକ୍‌ ସର୍ଭେ ପାଇଁ ୨୦୧୨ରେ ଦେବଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର ଏବଂ ବଲାଙ୍ଗିର ଆଦି ଓଡ଼ିଶାର ପାଞ୍ଚଟି ଜିଲ୍ଲାକୁ ଓଏସ୍‌ ଆଣ୍ଡ ଏସ୍‌ ଆକ୍ଟ ୨୦୧୨ରେ ଅନ୍ତର୍ଭୁକ୍ତ କରାଗଲା । ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଜମିଜମାର ସର୍ଭେ ଓ ସମାଧାନ କରିବା ପାଇଁ ଆଇଆଇସି ଟେକ୍ନୋଲୋଜି ପ୍ରା.ଲିଃ. ସଂସ୍ଥାକୁ ଖୋଲା ଟେଣ୍ଡର ମାଧ୍ୟମରେ ଚୟନ କରି ଗ୍ରାମ ମାନଚିତ୍ରଗୁଡ଼ିକ ପ୍ରସ୍ତୁତ ସହ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଦାୟିତ୍ୱ ଦିଆଗଲା ।

୨୦୧୭ ଏବଂ ୨୦୧୮ରେ ଓଏସ୍‌ ଆଣ୍ଡ ଏସ୍‌ ଆକ୍ଟ ଅନୁସାରେ ୨୦୧୨ ଏବଂ ୨୦୧୮ ରେ ଦେବଗଡ଼ ଜିଲ୍ଲାର ୭୬୨ଟି ଗ୍ରାମକୁ ସୂଚିତ କରାଗଲା । ଜିଲ୍ଲାର ସମସ୍ତ ଗ୍ରାମର ଆକାଶମାର୍ଗରୁ ନିଆଯାଇଥିବା ଫଟୋଗ୍ରାଫି ଆଧାରରେ ସମସ୍ତ ପ୍ଲଟ ସହିତ ଗ୍ରାମର ମାନଚିତ୍ର ପ୍ରସ୍ତୁତ କରାଯାଇଛି । ମାନଚିତ୍ର ପ୍ରସ୍ତୁତି ପରେ ପ୍ରାଥମିକ ରେକର୍ଡ ଅଫ୍‌ ରାଇଟସ୍‌ ସହିତ ଜମି ମାନଚିତ୍ରଗୁଡ଼ିକ ଭାଗଚାଷୀଙ୍କ ଆପତ୍ତି ଦାଖଲ ପାଇଁ ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ସଂପୃକ୍ତ ତହସିଲଦାରଙ୍କ ଦ୍ୱାରା ପ୍ରାଥମିକ ରେକର୍ଡ ଅଫ୍‌ ରାଇଟସ୍‌ ଉପରେ ଆପତ୍ତି ଉଠାଇବା ପରେ ସ୍ୱତ୍ତ୍ୱାଧିକାର ଡ୍ରାଫ୍ଟ ପ୍ରକାଶିତ ହୋଇଥିଲା । ଡ୍ରାଫ୍ଟ ସ୍ୱତ୍ତ୍ୱାଧିକାର ଉପରେ ଆପତ୍ତି ନିୟମ ଅନୁଯାୟୀ ଉପଜିଲ୍ଲାପାଳଙ୍କ ଦ୍ୱାରା ସମାଧାନ ହୋଇଥିଲା । ପରେ ଦେବଗଡ଼ ଜିଲ୍ଲାର ୫୫୪ଟି ଗ୍ରାମକୁ ଜିଲ୍ଲାପାଳଙ୍କ ସହମତି ଓ ସ୍ୱାକ୍ଷରରେ ଅନ୍ତିମ ସ୍ୱତ୍ତ୍ୱାଧିକାର ଏବଂ ମାନଚିତ୍ର ପ୍ରକାଶ ପାଇଥିଲା ଏବଂ ଯେଉଁ ଗ୍ରାମଗୁଡ଼ିକର ସ୍ୱତ୍ତ୍ୱାଧିକାର ସଂଶୋଧିତ ହୋଇଯାଇଛି, ସେସବୁ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ।

ଏହି ମାନଚିତ୍ରଗୁଡ଼ିକ ତ୍ରୁଟିଶୂନ୍ୟ ହୋଇଛି । ପ୍ରତ୍ୟେକ ପ୍ଲଟ୍‌ ସଂଯୋଜନା ମାଧ୍ୟମରେ ସୂଚିତ ହୋଇଛି, ଯାହାକି ପୂର୍ବ କ୍ୟାଡ୍‌ଷ୍ଟ୍ରାଲ୍‌ ମାନଚିତ୍ରରେ ନଥିଲା । ଏହି ସର୍ବେକ୍ଷଣ ଓ ସମାଧାନରେ ଅତ୍ୟାଧୁଡ଼ିକ ଜ୍ଞାନକୌଶଳର ବ୍ୟବହାର ହୋଇଛି । ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନର ଆବଶ୍ୟକତା ନାହିଁ । ପ୍ରତ୍ୟେକ ପର୍ଯ୍ୟାୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଇଛି । ଅନ୍ତିମ ରେକର୍ଡ ଅଫ୍‌ ରାଇଟସ୍‌ରେ ଯେକୌଣସି ତ୍ରୁଟି ମଧ୍ୟ ଅଧିନିୟମ ଅନୁଯାୟୀ ଜିଲ୍ଲାର ଏଡିଏମ୍‌ ପୂର୍ବରୁ ସଂଶୋଧନ ମାମଲା ଦାଖଲ କରି ସଂଶୋଧନ କରିଛନ୍ତି । ଜମି ବିବାଦକୁ ହ୍ରାସ କରିବା ଦ୍ୱାରା ଜମି ବିଭାଜନ ଅତ୍ୟନ୍ତ ସରଳ ହୋଇପାରିଛି । ଅଧିନିୟମ ଅନୁସାରେ ନୂତନ ରେକର୍ଡ ଅଫ୍‌ ରାଇଟସ୍‌ ପ୍ରକାଶନ ସର୍ଭେ, ସେଟେଲ୍‌ମେଣ୍ଟ ଏବଂ ଜମି ରେକର୍ଡର ଅପ୍‌ଡେଟ୍‌ ଭଳି କାର୍ଯ୍ୟ ତହସିଲ ମାଧ୍ୟମରେ ସମ୍ଭବ ହୋଇପାରୁଛି ।

Leave A Reply

Your email address will not be published.