ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ଜେଲକୁ ଗଲା ପୁଅ; ଏବେ ବାପାଙ୍କ ପାଳି

0
  • ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାରେ ଚାପରେ କେନ୍ଦ୍ର ସରକାର
  • କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର ପାଇଁ ଚାପ ବଢିଲାଣି
  • ଆଜି କଂଗ୍ରେସ କରୁଛି ମୌନ ପ୍ରତିବାଦ, ଅଜୟଙ୍କ ସମର୍ଥରେ କେହିନାହାନ୍ତି
  • ଆଶିଷ ମିଶ୍ରଙ୍କୁ ୧୨ ଘଣ୍ଟାରେ ୪୦ ପ୍ରଶ୍ନ; ଉତ୍ତର ଦେଇପାରିଲେନି, ବନ୍ଧା ହେଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାରେ ଜେଲ ଗଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ ପରେ ଜେଲ ପଠାଇ ଦିଆଯାଇଛି। ଆସନ୍ତାକାଲି ସେ କୋର୍ଟରେ ହାଜର ହେବେ। ତେବେ ତଦନ୍ତରେ ସହଯୋଗ ନକରିବାରୁ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିବା ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ ସୂଚନା ଦେଇଛନ୍ତି।

୧୨ ଘଣ୍ଟାର ମାରାଥନ ଜେରା ପରେ ଗତକାଲି ଆଶିଷ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ତାଙ୍କ ବିରୋଧରେ ହତ୍ୟା ଓ ଦଙ୍ଗା ସଂପର୍କିତ ଦଫା ଲାଗିଛି। ଗତକାଲି (ଶନିବାର) ହାଜର ପରେ ତାଙ୍କୁ କିଛି ପ୍ରଶ୍ନ କରାଯାଇଥିଲା। କିନ୍ତୁ ସେ ପ୍ରଶ୍ନର ଉତ୍ତର ଦେଇନଥିଲେ। ସୂଚନା ଅନୁସାରେ, ଆଶିଷ ଅକ୍ଟୋବର ୩ ତାରିଖ ଦିନ ୨ଟା ୩୬ରୁ ୩ଟା ୩୦ ଯାଏଁ କେଉଁଠି ଥିଲେ ବୋଲି ତାଙ୍କୁ ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ। ସେ ଏ ସଂପର୍କରେ ବି ଚୁପ ରହିଥିଲେ। ଆଶିଷ ମିଶ୍ରଙ୍କୁ ଦିନ ୧୧ଟାରୁ ୬ ଜଣିଆ ଏକ ଟିମ ପଚରାଉଚରା ଆରମ୍ଭ କରିଥିଲେ ଏବଂ ୧୨ ଘଣ୍ଟା ଧରି ଜେରା ସମୟରେ ତାଙ୍କୁ ୪୦ଟି ପ୍ରଶ୍ନ କରାଯାଇଥିଲା।

ସେପଟେ ଆଶିଷଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୁଲିସ। ହେଲେ ଆଶିଷଙ୍କ ଓକିଲ ପୁଲିସ ରିମାଣ୍ଡକୁ ବିରୋଧ କରିଛନ୍ତି। ଖେରୀ କୃଷକ ମୃତ୍ୟୁକୁ ନେଇ ଆଶିଷ ମିଶ୍ରଙ୍କୁ ହାଜର ହେବାକୁ ପ୍ରଥମେ ସମନ କରିଥିଲା କ୍ରାଇମବ୍ରାଞ୍ଚ। କିନ୍ତୁ ସେ ହାଜର ହୋଇନଥିଲେ। ସୁପ୍ରିମକୋର୍ଟ ଏହି ମାମଲାରେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଖପ୍ପା ହେବା ପରେ ଦ୍ୱିତୀୟ ଥର ସମନ କରାଯାଇଥିଲା ଆଶିଷ ମିଶ୍ରଙ୍କୁ। ଗତକାଲି ଦିନ ୧୧ଟା ସୁଦ୍ଧା ହାଜର ହେବାକୁ କୁହାଯାଇଥିଲା। ତାଙ୍କ ଘର ଆଗରେ ନୋଟିସ ଲଗାଯାଇଥିଲା। ଆଶିଷ ନେପାଳ ପଳାଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। ସୁପ୍ରିମକୋର୍ଟ ଏହି ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କ ଭୂମିକାକୁ ନାପସନ୍ଦ କରିବା ପରିପ୍ରେକ୍ଷୀରେ ଏବେ ଯୋଗୀ ଆଦିତ୍ୟନାଥ ଆଶିଷଙ୍କ ମାମଲାକୁ ନେଇ ଆଉ କୌଣସି ରିସ୍କ ନେବାକୁ ଚାହୁଁନଥିବା କୁହାଯାଉଛି। ପୁଲିସ ନରମ ଛାଡି ଗରମ ଆଭିମୁଖ୍ୟ ଗ୍ରହଣ କରୁଛି।

ଲକ୍ଷ୍ମୀପୁର ଖେରୀ କୃଷକ ମୃତ୍ୟୁ ମାମଲାରେ ପ୍ରଥମରୁ ହିଁ ଆଶିଷ ମିଶ୍ରଙ୍କ ବିରୋଧରେ ଅଭିଯୋଗ ହୋଇଆସୁଛି। ବିରୋଧୀ ଆରମ୍ଭରୁ ଆଶିଷ ମିଶ୍ରଙ୍କ ଗିରଫ
ଦାବି କରିବା ସହ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଥିଲେ। ଆଜି କଂଗ୍ରେସ ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରି ମୌନ ପ୍ରତିବାଦ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି। ସକାଳ ୧୦ଟାରୁ ୧ଟା ଯାଏ କଂଗ୍ରେସ କାର୍ଯ୍ୟାଳୟରେ ନେତାମାନେ ଏକାଠି ହୋଇ ଏଭଳି ପ୍ରତିବାଦ କରିବା ଲାଗି ଏଆଇସିସି ନିର୍ଦେଶ ଦେଇଛି। କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ନେଇ ଚାପରେ ଅଛନ୍ତି। ଉତ୍ତର ପ୍ରଦେଶ ନିର୍ବାଚନ ଆଗକୁ ଥିବା ବେଳେ ଅଜୟ ମିଶ୍ରଙ୍କୁ ବିଦା କରିବା ଠିକ୍ ହେବ କି ନାହିଁ, ତାହାକୁ ନେଇ ମାନସମନ୍ଥନ ଚାଲିଛି। କିନ୍ତୁ ବିରୋଧୀ ଏହି ପ୍ରସଙ୍ଗରେ ସକ୍ରିୟ ହେବା ଲାଗି ସୁଯୋଗ ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରଖିଛନ୍ତି।

ଗତ ରବିବାର (ଅକ୍ଟୋବର ୩) ଦିନ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଏକ କାର୍ଯ୍ୟକ୍ରମରେ ଲଖିମପୁର ଖେରୀ ଗସ୍ତ କରିଥିଲେ। କିନ୍ତୁ ରାସ୍ତାରେ କିଛି କୃଷକ ତାଙ୍କୁ ଗସ୍ତକୁ ବିରୋଧ କରି ଆନ୍ଦୋଳନ କରୁଥିଲେ। ଏହି ସମୟରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଆଶିଷ ମିଶ୍ରଙ୍କ କାର ଚଢିଯାଇ ୪ କୃଷକଙ୍କ ମୃତ୍ୟୁ ହୋଇଥିଲା। କୃଷକଙ୍କ ମୃତ୍ୟୁ ପରେ ହୋଇଥିବା ହିଂସାକାଣ୍ଡରେ ଆଉ ୪ ଜଣଙ୍କ ମଧ୍ୟ ଜୀବନ ଯାଇଥିଲା। ମୋଟ ୮ ଜଣଙ୍କର ପ୍ରାଣହାନି ପରେ ଏବେ ଉତ୍ତରପ୍ରଦେଶରୁ ଆସି ଏହି ପ୍ରସଙ୍ଗ ସାରା ଭାରତରେ କମ୍ପନ ସୃଷ୍ଟି କଲାଣି।

Leave A Reply

Your email address will not be published.