ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ହାପି ବାର୍ଥ ଡେ ବିଗ ବି’…

0

ମୁମ୍ବାଇ: ବଲିଉଡର ଶେହନଶାହା ବିଗ ବି ଅମିତାଭ ବଚ୍ଚନଙ୍କ ଆଜି ଜନ୍ମଦିନ। ୮୦ ବର୍ଷରେ ପାଦଦେଇଛନ୍ତି ବିଗ ବି । ୧୯୪୨ ମସିହା ଆଜିର ଦିନରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ ବଚ୍ଚନ। ଆଜି ତାଙ୍କ ଜନ୍ମଦିନ ଅବସରରେ ସବୁ ଆଡୁ ଛୁଟିଛି ଶୁଭେଚ୍ଛାର ସୁଅ।

ଦୀର୍ଘ ୫ ଦଶନ୍ଧି ଧରି ୧୯୦ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଥିବା ବଲିଉଡର ବାଦଶାହା ଅମିତାଭ ବଚ୍ଚନ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି
କରିଛନ୍ତି। କେବଳ ଫିଲ୍ମ ନୁହେଁ ଅନେକ ଟିଭ ଶୋ, ମ୍ୟୁଜିକ ଆଲବମରେ ମଧ୍ୟ ସେ ନିଜର ଛାପ ଛାଡି ସାଉଁଟିଛନ୍ତି କୋଟି କୋଟି ପ୍ରଶଂସକ। ଏବେ ପ୍ରସାରିତ ହେଉଥିବାଙ୍କ ଅମିତାଭଙ୍କ କୋନ ବନେଗା କରୋଡପତି ସୋ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛି। ଆଜି ବି ତାଙ୍କ ଫିଲ୍ମ ଡାଇଲଗ ସିନେ ପ୍ରେମୀଙ୍କ
ମନରେ ଗୁଞ୍ଜରିତ ହୋଇଥାଏ।

ସେ ହେଉଛନ୍ତି ଏମିତି ଜେଣ ଅଭିନେତା ଯେ କି ସବୁ ଟ୍ରାଜେଡି, କମେଡି, ପାରିବାରିକ ଫିଲ୍ୱରେ ମଧ୍ୟ ନିଖୁଣତାର ସହ ନିଜ ଅଭିନୟର ଜଲୱା ଦେଖାଇଥାନ୍ତି।
ଜୀବନରେ ଅନେକ ଉତଥାନ, ପତନ ଦେଇ କ୍ୟାରିୟର ଆରମ୍ଭ କରିଥିବା ଅମିତାଭ ପ୍ରଥମେ ଲଗାତର ୧୨ଟି ଫ୍ଲପ ଫିଲ୍ମ ଦେଇଥିଲେ। ଏହା ପରେ ଫିଲ୍ମ ଜଞ୍ଜିର ସୁପର ଡୁପର ହିଟ ହବା ପରେ ସେ ଆଉ ପଛକୁ ଚାହିଁନଥିଲେ। ଏହି ଫିଲ୍ମ ବକ୍ସ ଅଫିସରରେ ସବୁ ରେକର୍ଡ ଭାଙ୍ଗିଥିଲା। ଏହା ପରେ ତାଙ୍କ କ୍ୟାରିୟର ମୋଡ଼ ବଦଳିଯାଇଥିଲା। ଅମିତାଭଙ୍କୁ ବଲିଉଡର ସବୁଠୁ ସଫଳ ଅଭିନେତା ବୋଲି କୁହାଯାଏ।

ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କର ଫ୍ୟାନ ମାନେ ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନ ଜଲସା ସାମନାରେ ଏକାଠି ହୋଇ ଜନ୍ମଦିନ ପାଳିଛନ୍ତି।
କେକ କାଟି ବିଗ ବିଙ୍କ ଅଭିନୀତ ଫିଲ୍ମର ଗୀତ ଗାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଅମିତାଭଙ୍କ ପାଇଁ ଛୁଟିଛି ଜନ୍ମଦିନର ଶୁଭେଚ୍ଛାର ସୁଅ।

Leave A Reply

Your email address will not be published.