ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ହାପି ବାର୍ଥ ଡେ ବିଗ ବି’…

0

ମୁମ୍ବାଇ: ବଲିଉଡର ଶେହନଶାହା ବିଗ ବି ଅମିତାଭ ବଚ୍ଚନଙ୍କ ଆଜି ଜନ୍ମଦିନ। ୮୦ ବର୍ଷରେ ପାଦଦେଇଛନ୍ତି ବିଗ ବି । ୧୯୪୨ ମସିହା ଆଜିର ଦିନରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ ବଚ୍ଚନ। ଆଜି ତାଙ୍କ ଜନ୍ମଦିନ ଅବସରରେ ସବୁ ଆଡୁ ଛୁଟିଛି ଶୁଭେଚ୍ଛାର ସୁଅ।

ଦୀର୍ଘ ୫ ଦଶନ୍ଧି ଧରି ୧୯୦ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଥିବା ବଲିଉଡର ବାଦଶାହା ଅମିତାଭ ବଚ୍ଚନ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି
କରିଛନ୍ତି। କେବଳ ଫିଲ୍ମ ନୁହେଁ ଅନେକ ଟିଭ ଶୋ, ମ୍ୟୁଜିକ ଆଲବମରେ ମଧ୍ୟ ସେ ନିଜର ଛାପ ଛାଡି ସାଉଁଟିଛନ୍ତି କୋଟି କୋଟି ପ୍ରଶଂସକ। ଏବେ ପ୍ରସାରିତ ହେଉଥିବାଙ୍କ ଅମିତାଭଙ୍କ କୋନ ବନେଗା କରୋଡପତି ସୋ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛି। ଆଜି ବି ତାଙ୍କ ଫିଲ୍ମ ଡାଇଲଗ ସିନେ ପ୍ରେମୀଙ୍କ
ମନରେ ଗୁଞ୍ଜରିତ ହୋଇଥାଏ।

ସେ ହେଉଛନ୍ତି ଏମିତି ଜେଣ ଅଭିନେତା ଯେ କି ସବୁ ଟ୍ରାଜେଡି, କମେଡି, ପାରିବାରିକ ଫିଲ୍ୱରେ ମଧ୍ୟ ନିଖୁଣତାର ସହ ନିଜ ଅଭିନୟର ଜଲୱା ଦେଖାଇଥାନ୍ତି।
ଜୀବନରେ ଅନେକ ଉତଥାନ, ପତନ ଦେଇ କ୍ୟାରିୟର ଆରମ୍ଭ କରିଥିବା ଅମିତାଭ ପ୍ରଥମେ ଲଗାତର ୧୨ଟି ଫ୍ଲପ ଫିଲ୍ମ ଦେଇଥିଲେ। ଏହା ପରେ ଫିଲ୍ମ ଜଞ୍ଜିର ସୁପର ଡୁପର ହିଟ ହବା ପରେ ସେ ଆଉ ପଛକୁ ଚାହିଁନଥିଲେ। ଏହି ଫିଲ୍ମ ବକ୍ସ ଅଫିସରରେ ସବୁ ରେକର୍ଡ ଭାଙ୍ଗିଥିଲା। ଏହା ପରେ ତାଙ୍କ କ୍ୟାରିୟର ମୋଡ଼ ବଦଳିଯାଇଥିଲା। ଅମିତାଭଙ୍କୁ ବଲିଉଡର ସବୁଠୁ ସଫଳ ଅଭିନେତା ବୋଲି କୁହାଯାଏ।

ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କର ଫ୍ୟାନ ମାନେ ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନ ଜଲସା ସାମନାରେ ଏକାଠି ହୋଇ ଜନ୍ମଦିନ ପାଳିଛନ୍ତି।
କେକ କାଟି ବିଗ ବିଙ୍କ ଅଭିନୀତ ଫିଲ୍ମର ଗୀତ ଗାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଅମିତାଭଙ୍କ ପାଇଁ ଛୁଟିଛି ଜନ୍ମଦିନର ଶୁଭେଚ୍ଛାର ସୁଅ।

Leave A Reply

Your email address will not be published.