ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଖେଳରେ ବି ଆଗରେ ରହିବ ପୁରୀ

0
  • ପୁରୀ ପାଇଁ ସ୍ବପ୍ନ ଦେଖୁଛନ୍ତି ନବୀନ, ତନାଘନା କରୁଛନ୍ତି ପାଣ୍ଡିଆନ୍
  • ଫେବ୍ରୁଆରି ସୁଦ୍ଧା ସବୁ ପ୍ରକଳ୍ପ ସାରିବା ଲାଗି କଡା ନିର୍ଦେଶ ଦେଲେ
  • ଜାଗା ଆଖଡାକୁ ଗୁରୁତ୍ବ ଦିଆଯିବ, ପାରମ୍ପରିକ ଖେଳକୁ ବି ମିଳିବ ପ୍ରାଧାନ୍ଯ
  • ୪୦ କୋଟି ଟଙ୍କା ବ୍ଯୟରେ ନିର୍ମାଣ ଚାଲିଛି କ୍ରୀଡା କଂପ୍ଲେକ୍ସ, ସ୍ପୋର୍ଟସ ହଷ୍ଟେଲ ବି ରହିବ

ପୁରୀ: କେବଳ ବିଶ୍ବସ୍ତରୀୟ ଐତିହ୍ଯ ସହର ନୁହେଁ, ପୁରୀକୁ କ୍ରୀଡା କ୍ଷେତ୍ରରେ ବି ଜାତୀୟ ଓ ଅନ୍ତର୍ଜାତୀୟସ୍ତର ପର୍ଯ୍ଯନ୍ତ ପହଞ୍ଚାଇବା ଲାଗି ରାଜ୍ଯ ସରକାର ନକ୍ସା ପ୍ରସ୍ତୁତି କରିଛନ୍ତି। ପୁରୀ ଭାରତ ପ୍ରସିଦ୍ଧ ଜାଗା ଆଖଡା ଓ ପାରମ୍ପରିକ କ୍ରୀଡାକୁ ଆଉ ଗୋଟିଏ ସ୍ତରରେ ପହଞ୍ଚାଇବା ଲାଗି ଯୋଜନା ହୋଇଛି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ ସଂକ୍ରାନ୍ତ ସ୍ବପ୍ନକୁ ବାସ୍ତବ ରୂପ ଦେବା ଲାଗି ପ୍ରଶାସନିକ ପ୍ରସ୍ତୁତିକୁ ବ୍ଯାପକ କରାଯାଇଛି। ଏହି କ୍ରମରେ ଆଜି ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ପୁରୀ ଷ୍ଟାଡିୟମ୍ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି, ଚାଲିଥିବା କାର୍ଯ୍ୟର ତଦାରଖ କରିଥିଲେ।

ପ୍ରକଳ୍ପର ଅଗ୍ରଗତି ବିଷୟରେ ବିସ୍ତୃତ ଭାବରେ ସମୀକ୍ଷା କରିବା ସହିତ ଫେବ୍ରୁଆରି ମଧ୍ଯରେ କାମ ସାରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ସ୍ମରଣ କରାଇ ଦେଇଥିଲେ ଯେ ସମସ୍ତ ଉପଯୁକ୍ତ ସୁବିଧା ସହିତ ପୁରୀକୁ ବିଶ୍ୱ ସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ରହିଛି। ଏହାର କାର୍ଯ୍ଯାନ୍ବୟନ ପ୍ରକ୍ରିୟାରେ ଯେଭଳି କୌଣସି ତ୍ରୁଟି ପରିଲକ୍ଷିତ ନ ହୁଏ, ସେଥିପାଇଁ ସମସ୍ତେ ସତର୍କ ରହିବା ଲାଗି ସେ ଚେତାଇ ଦେଇଥିଲେ।

ଏହି ଅବସରରେ ସେ ପୁରୀ ଜିଲ୍ଲାରେ କ୍ରୀଡ଼ାର ବିକାଶ ବିଷୟରେଆଲୋଚନା କରିଥିଲେ। ପୁରୀ ସହରରେ ଜାଗାଆଖଡା ସଂସ୍କୃତି ରହିଛି, ଯାହା ଜାତୀୟସ୍ତରରେ ବି ଖ୍ଯାତ। ସେହିଭଳି ରେସଲିଂ, ଭାରୋତ୍ତୋଳନ, ବ୍ୟାୟାମ, ଯୋଗ, ଜିମ୍ନାଷ୍ଟିକ୍, ବକ୍ସିଂ ବି। ଏହାକୁ ଆଉ ଅନ୍ତର୍ଜାତୀୟ ସ୍ତରକୁ ଉନ୍ନୀତ କରିବା ଲାଗି ସରକାର ଯୋଜନା ସଂପର୍କରେ ସେ ସଙ୍କେତ ଦେଇଥିଲେ। ନୂତନ କ୍ରୀଡ଼ା କଂପ୍ଲେକ୍ସରେ ଆବାସିକ କ୍ରିକେଟ୍ ଏକାଡେମୀ ଏବଂ ରେସଲିଂ ଏକାଡେମୀ ପ୍ରତିଷ୍ଠା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ପ୍ରକଳ୍ପ “ଅବଢ଼ା” ର ଏକ ଅଂ॥ ଏହି ଯୋଜନା ଆଢୁଆଳରେ ପୁରୀକୁ ଏକ ବିଶ୍ୱ ସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲାଗିି ଯୋଜନା ଚାଲିଛି। ମୋଟ ୪୦ କୋଟି ଟଙ୍କା ସହିତ ନୂତନ କ୍ରୀଡା କଂପ୍ଲେକ୍ସ ନିର୍ମାଣ କରାଯାଉଛି। ପେଣ୍ଠକଟା ନିକଟରେ ନିର୍ମାଣ ହେଉଥିବା ଏହି କଂପ୍ଲେକ୍ସରେ ମୁଖ୍ୟତଃ ଅଭ୍ୟାସ ଉପରେ ଗୁରୁତ୍ବ ଦିଆଯିବ ଏବଂ ଅନ୍ୟାନ୍ୟ ସୁବିଧା ସହିତ କ୍ରିକେଟ୍ ଷ୍ଟାଡିୟମ୍ ରହିବ। ଏଠାରେ ରଣଜୀ ଟ୍ରଫି ସହିତ ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିବାରେ ଏହା ଯେଭଳି ସକ୍ଷମ ସେ ନେଇ ଦୃଷ୍ଟି ଦେବାକୁ ସେ ନିର୍ଦେଶ ଦେଇଥିଲେ। ଏହି କଂପ୍ଲେକ୍ସରେ ୫୦ ମିଟର ସୁଇମିଂ ପୁଲ୍, ବକ୍ସିଂ, ରେସଲିଂ, ଟେବୁଲ୍ ଟେନିସ୍ ଏବଂ ଜିମ୍ନାସିୟମ୍ ପାଇଁ ସୁବିଧା ରହିବ। ସେହିଭଳି ୧୦୦ ଶଯ୍ଯା ବିଶିଷ୍ଟ କ୍ରୀଡା ହଷ୍ଟେଲ ବି ରହିବ।

ସମୀକ୍ଷା ବୈଠକରେ କ୍ରୀଡା ସଚିବ ଆର୍ ଭିନିଲ କ୍ରୀଷ୍ଣା ଏବଂ କ୍ରୀଡା ଓ ଯୁବସେବା ବିଭାଗର ଅଧିକାରୀ,ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ କାର୍ଯ୍ୟନିର୍ବାହୀ ଏଜେନ୍ସିର ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.