ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ସିଦ୍ଧୁ ଫେରାଇନେଲେ ଇସ୍ତଫା ପତ୍ର

0

ଚଣ୍ଡୀଗଡ: ପଞ୍ଜାବ କଂଗ୍ରେସରେ ଦୀର୍ଘ ସମୟ ଧରି ଚାଲିଆସୁଥିବା ବିବାଦର ସମାଧାନ ହୋଇଛି। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜ୍ୟୋତ ସିଂ ସିଦ୍ଧୁ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି। ଶୁକ୍ରବାର ସିଦ୍ଧୁ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ନିଜ ମନ ବଦଳାଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି।

ନବଜ୍ୟୋତ ସିଂ ସିଦ୍ଧୁ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ପରେ କହିଥିଲେ ଯେ, ସେ ନିଜର ସମସ୍ତ ସମସ୍ୟା ରାହୁଲ ଗାନ୍ଧିଙ୍କ ସହ ବାଣ୍ଟିଛନ୍ତି ଏବଂ ସବୁ ସମସ୍ୟାର
ସମାଧାନ ହୋଇଛି। ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ କହିଛନ୍ତି ଯେ, ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ କାମ କରିବେ ବୋଲି ସିଦ୍ଧୁ ରାହୁଲ ଗାନ୍ଧିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ହରିଶ ରାୱତ କହିଛନ୍ତି ଯେ, ନବଜ୍ୟୋତ ସିଂ ସିଦ୍ଧୁ କହିଛନ୍ତି ଯେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା
ଗାନ୍ଧୀ ଯାହା କହିବେ ତାଙ୍କ କଥା ପାଳନ କରିବେ ଏବଂ ଦଳ ପାଇଁ କାମ କରିବେ।

ସେପ୍ଟେମ୍ବର ୨୮ରେ ନବଜ୍ୟୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହ ମତଭେଦ ଓ ଦଳ ଭିତରେ ବିବାଦ କାରଣରୁ ଇସ୍ତଫା ଦେଇଥିଲେ।ତେବେ ଦଳର ନେତୃତ୍ୱ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିନଥିଲେ। ଦିଲ୍ଲୀରେ ବରିଷ୍ଠ ନେତାଙ୍କୁ ଭେଟିବାକୁ ତାଙ୍କୁ କୁହାଯାଇଥିଲା।

ସିଦ୍ଧୁ ଗୁରୁବାର ଏଆଇସିସି ମହାସଚିବ କେସି ବେଣୁଗୋପଳ ଓ ପଞ୍ଜାବ ପ୍ରଭାରୀ ହରିଶ ରାୱତଙ୍କୁ ସାକ୍ଷାତ କରିଥିଲେ। ଗୁରୁବାର ହୋଇଥିବା ବୈଠକରେ ନବଜ୍ୟୋତ ସିଂ ସିଦ୍ଧୁ କହିଥିଲେ ଯେ, ସେ ପଞ୍ଜାବ ଓ ପଞ୍ଜାବ କଂଗ୍ରେସ ନେଇ ତାଙ୍କର ଚିନ୍ତାଧାରାକୁ ଦଳର ହାଇକମାଣ୍ଡଙ୍କ ସମ୍ମୁଖରେ ରଖିଛନ୍ତି।ଏବଂ ତାଙ୍କୁ
ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ସେ ପଞ୍ଜାବ କଂଗ୍ରେସ ପାଇଁ ଯାହା ନିଷ୍ପତ୍ତି ନେବେ ତାହା ଭଲ ହେବ।

ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧ ସତ୍ୱେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ ହାଇକମାଣ୍ଡ। ଏହା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ଚରଣଜିତ ସିଂ ଚନ୍ନି।

Leave A Reply

Your email address will not be published.