ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର

ରୋମରେ ମୋଦୀ..ମୋଦୀ..

0

ଜି ୨୦ ସମ୍ମିଳନୀ ପାଇଁ ଇଟାଲୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋପ ଫ୍ରାନସିସଙ୍କୁ ଭେଟିବେ । ଇଟାଲୀର ବୈଦେଶିକ ମନ୍ତ୍ରୀ କାର୍ଡିନାଲ ପିଟ୍ରୋ ପାରୋଲିନଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭାଟିକାନ୍ ସିଟି ଗସ୍ତ କରିବେ । ମୋଦୀ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରେଗିଙ୍କ ନିୟନ୍ତ୍ରଣ ପରେ ଆସନ୍ତା ୨୯ରୁ ୩୧ ଅକ୍ଟୋବର ମଧ୍ୟରେ ରୋମ,ଇଟାଲୀ,ଭାଟିକାନ ସିଟି ଗସ୍ତରେ ଅଛନ୍ତି ।

ଇଟାଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଏହା ପରେ ସେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରେଗିଙ୍କୁ ଭେଟିଥିଲେ । କୁହାଯାଉଛି ଯେ ମାରିଓ ଓ ମୋଦୀଙ୍କ ମଧ୍ୟରେ ହେଉଥିବା ବୈଠକରେ ଦ୍ୱିପାକ୍ଷିକ ଓ ପାରସ୍ପାରିକ ସ୍ୱାର୍ଥ ବିଷୟରେ ଆଲୋଚନା ହୋଇଛି । ମୋଦୀ ଇଟାଲୀ ଗସ୍ତ କାର୍ଯ୍ୟକ୍ରମରେ ଜଣେ ମହିଳା ଭିଡ଼ ଭିତରେ ସଂସ୍କୃତ ଶ୍ଲୋକ ଉଚ୍ଚାରଣ କରିଥିଲେ । ଆଉ ମୋଦୀଙ୍କ ସାମନାରେ ଶିବ ତାଣ୍ଡବ ଗାନ କରିଥିଲେ । ଅନ୍ୟ ଲୋକମାନେ ମଧ୍ୟ ଜୟ ଶ୍ରୀରାମ ଓ ଭାରତ ମାତା କି ଜୟ ନାରା ଦେଇଥିଲେ । ଏହା ସହ ଗୋଟେ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ମୋଦୀଙ୍କୁ ଗୁଜୁରାଟୀ ଭାଷାରେ ପଚାରୁଛନ୍ତି ନରେନ୍ଦ୍ର ଭାଇ କେମ ଛୋ, ଯାହାର ଉତ୍ତରରେ ମୋଦୀ କହୁଛନ୍ତି ମଜା ମା ଛୋ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାର ଲାଗିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ:

  • ଦିନ ୧୨ଟା ବେଳେ ଭାଟିକାନ ସିଟି ଅଭିମୁଖେ ବାହାରିବେ ।
  • ଅପରାହ୍ନ ୧ଟା ୪୫ ମିନିଟରେ ପୋପ ଫ୍ରାନ୍ସସିସଙ୍କୁ ଭେଟିବେ ଏବଂ ବୈଦେଶିକ ମନ୍ତ୍ରୀ କାର୍ଡିନାଲ ପିଟ୍ରୋ ପାରୋଲିନଙ୍କ ସହ ଆଲୋଚନା କରିବେ ।
  • ୫ଟା ୩୫ ମିନିଟରେ ଜି ୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ।
  • ଏହି ସମୟମଧ୍ୟରେ ପ୍ରଥମ ଅଧିବେଶନରେ ବିଶ୍ୱ ଅର୍ଥନୀତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ଆଲୋଚନା ହେବ।
  • ୬ଟା ୧୦ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ସାକ୍ଷାତ କରିବେ ।
  • ଏହା ପରେ ମୋଦୀ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଡୋଡୋ ଏବଂ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ସିନ ଲୁଙ୍ଗଙ୍କ ସହ ବୈଠକ କରିବେ ।
  • ରାତି ସାଢେ ୧୦ଟା ମୋଦୀ ଏକ ସାଂସ୍କୃତିକ କାର୍ଯକ୍ରମରେ ସାମିଲ ହେବେ । ଯାହା ପରେ ଜି ୨୦ ଲିଡର୍ସଙ୍କ ସହ ରାତ୍ରି ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।
Leave A Reply

Your email address will not be published.