ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଧନତେରସ୍‌ରେ କାହିିଁକି କିଣାଯାଏ ବାସନ?

0

ଧନତେରସ୍ ଦିନରେ ଧନନ୍ତ୍ୱରୀ ପୂଜା କରାଯାଇଥାଏ । ଏହା ବ୍ୟତୀତ ଏହି ଦିନ ମା ଲକ୍ଷ୍ମୀ ଓ କୁବେରଙ୍କୁ ପୂଜା କରାଯାଇଥାଏ । ଧନତେରସ୍ ଦିନରେ ଲୋକ ସୁନା, ରୂପା ସହ ଘର ପାଇଁ ବାସନ ମଧ୍ୟ କିଣିଥାନ୍ତି । ବିଶ୍ୱାସ ରହିଥାଏ ଯେ, ଏହି ଦିନ କିଣାଯାଇଥିବା କୌଣସି ବି ଜିନିଷ ତେରଗୁଣା ଲାଭ ଦେଇଥାଏ । ଆସନ୍ତୁ ଜାଣିବା ଏହି ଦିନ ବାସନକୁସନ କାହିଁକି କିଣାଯାଏ ଏବଂ ଏହାର ପରମ୍ପରା କିପରି ଆରମ୍ଭ ହେଲା ।

କୁହାଯାଏ ଯେ, ଯେତେବେଳେ ସମୂଦ୍ର ମନ୍ଥନ ହେଉଥିଲା ସେତେବେଳେ ସମୂଦ୍ରର ଗଭୀରରୁ ଚଉଦ ରତ୍ନ ବାହାରିଥିଲା । ଧନନ୍ତ୍ୱରୀ ଏହି ରତ୍ନ ମଧ୍ୟରୁ ଅନ୍ୟତମ । ୧୩ ରତ୍ନ ପରେ କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ୧୪ ରତ୍ନ ରୂପରେ ଧନନ୍ତ୍ୱରୀ ସାମନାକୁ ଆସିଥିଲେ । ଅମୃତ କଳସ ସହ ପ୍ରକଟ ହୋଇଥିଲେ ଧନନ୍ତ୍ୱରୀ । ଧନନ୍ତ୍ୱରୀଙ୍କ ପ୍ରକଟ ହେବା ପରେ ଦେବତା ଓଦାନବଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲ । ଅମୃତ କଳସ ପାଇଁ ଦେବତା ଓ ଦାନବଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ହେଲେ ଭଗବାନ ବିଷ୍ଣୁ ମୋହିନୀ ରୂପରେ ଆସି ଅମୃତ କଳସକୁ ହାସଲ କରିନେଇଥିଲେ ।

ଧନନ୍ତ୍ୱରୀ ଅମୃତ ଅର୍ଥାତ ଜୀବନର ଆର୍ବିଭାବ ନେଇ ପ୍ରକଟ ହୋଇଥିଲେ । ଏବଂ ଆୟୁର୍ବେଦ ବିଷୟରେ ମଧ୍ୟ ଜ୍ଞାନ ଥିଲା । ଏଥିପାଇଁ ତାଙ୍କୁ ଆରୋଗ୍ୟର ଦେବତା ଭାବେ ମଧ୍ୟ କୁହାଯାଏ। ହେଲେ ଧନ ଓ ସମ୍ପତ୍ତି ମା ଲକ୍ଷ୍ମୀ ଦେଇଥାନ୍ତି । କିନ୍ତୁ ତାଙ୍କ କୃପା ପାଇବା ପାଇଁ ସ୍ୱାସ୍ଥ୍ୟ ଓ ଦୀର୍ଘଜୀବନ ଆବଶ୍ୟକ । ଏଥିପାଇଁ ଧନତେରସରେ ଧନନ୍ତ୍ୱରୀ ପୂଜା କରାଯାଇଥାଏ । କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶରେ ଭଗବାନ ଧନନ୍ତ୍ୱରୀ କଳସ ଲେଖି ପ୍ରକଟ ହୋଇଥିଲେ । ଏଥିପାଇଁ ଏହି ତିଥୀରେ ବାସନ କିଣିବାର ପରମ୍ପରା ରହିଛି ।

ବିଶ୍ୱାସ କରାଯାଏ,ଏହି ଦିନ ଆପଣ ଯେତେ କିଣିବେ ତାହା ୧୩ ଗୁଣା ବୃଦ୍ଧି ହୋଇଥାଏ । ଏହା ସହ ଏହି ଦିନ ସୁନା ଓ ରୂପା ଜିନିଷ ମଧ୍ୟ କିଣାଯାଏ । ବାସ୍ତବରେ ରୂପା ଚନ୍ଦ୍ରର ପ୍ରତୀକ ଭାବେ ବିବେଚନା କରାଯାଏ , ଯାହା ଶୀତଳତା ପ୍ରଦାନ କରିଥାଏ । ଚନ୍ଦ୍ରର ପ୍ରଭାବରେ ମନରେ ତୃପ୍ତିର ଧନ ରହିଥାଏ, ଯାହାକୁ ସବୁଠୁ ବଡ଼ ଧନ ବୋଲି କୁହାଯାଏ । ଯାହା ପାଖରେ ଶାନ୍ତି ଓ ସ୍ୱାସ୍ଥ୍ୟ ଅଛି, ତାଙ୍କୁ ହିଁ ସବୁଠୁ ଅଧିକ ଧନୀ ବୋଲି କୁହାଯାଇଥାଏ । ଚଳିତ ବର୍ଷ ନଭେମ୍ବର ୨ ତାରିଖରେ ଧନତରସ ପଡୁଛି । ଏହି ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ନେଇ ଲୋକମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି ।

Leave A Reply

Your email address will not be published.