ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ପାଣ୍ଡ୍ୟାଙ୍କ ୫କୋଟିର ଘଣ୍ଟା ଜବତ

0

ନୂଆଦିଲ୍ଲୀ: ଘଣ୍ଟାର ମୂଲ୍ୟ କୋଟି କୋଟି ଟଙ୍କା। ସବୁବେଳେ ନିଜ ଫ୍ୟାସନ ଓ ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହୁଥିବା ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠୁ ମିଳିଛି ୫ କୋଟିର ଘଣ୍ଟା। ବିମାନବନ୍ଦରରେ ଯାଞ୍ଚ ପରେ ତାଙ୍କ ନିକଟରୁ ଏତେ ଟଙ୍କାର ଘଣ୍ଟା ମିଳିବା ପରେ ଏବେ ଏହକୁ ଜବତ କରିଛି କଷ୍ଟମ ବିଭାଗ।

ୟଏଇରେ ଆଇସିସି ଟି -୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ ଟିମ ସ୍ୱଦେଶ ଫେରିଛନ୍ତି। ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରେ ପାଣ୍ଡ୍ୟାଙ୍କୁ କଷ୍ଟମ ବିଭାଗ ଯାଞ୍ଚ କରୁଥିବା ସମୟରେ ତାଙ୍କ ପାଖରୁ ୫ କୋଟିର ଦୁଇଟି ଘଣ୍ଟା ମିଳିଛି। ତେବେ ଏହି ଘଣ୍ଟାକୁ ନେଇ ପାଣ୍ଡ୍ୟାଙ୍କୁ ପଚରାଉଚରା ପରେ ତାଙ୍କ ନିକଟରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନଥିଲା।

ପାଣ୍ଡ୍ୟାଙ୍କ ପାଖରେ ଏହି ଘଣ୍ଟାର କୌଣସି ବିଲ୍ ମଧ୍ୟ ନାହିଁ। ଏହା ପରେ କଷ୍ଟମ ବିଭାଗ ତାଙ୍କଠୁ କୋଟି କୋଟି ଟଙ୍କାର ଏହି ଘଣ୍ଟାକୁ ନେଇଯାଇଛନ୍ତି। ଏହି ମାମଲାର ବିଭାଗୀୟ ଯାଞ୍ଚ ବି ଆରମ୍ଭ କରିଦେଇଛନ୍ତି। ଏହା ପୂର୍ବରୁ ନଭେମ୍ବର ୨୦୨୦ ହାର୍ଦ୍ଦିକଙ୍କ ବଡ଼ ଭାଇ କୃଣାଳ ପାଣ୍ଡ୍ୟାଙ୍କ ମଧ୍ୟରୁ ଏକ ଘଣ୍ଟା ଜବତ କରାଯାଇଥିଲା। ଯାହାର ମୂଲ୍ୟ ବହୁତ ଅଧିକ ଥିଲା। ସେତେବେଳେ ତାଙ୍କୁ ରେଭେନ୍ୟୁ ଇଣ୍ଟେଲିଜେନ୍ସିର ଅଧିକାରୀମାନେ ଅଟକାଇଦେଇଥିଲେ। ପରେ ଏହି ମାମଲାକୁ କଷ୍ଟମ ବିଭାଗକୁ ହସ୍ତାନ୍ତାର କରାଯାଇଥିଲା।

Leave A Reply

Your email address will not be published.