ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ବାଇଡେନ-ଜିନପିଙ୍ଗ ମଧ୍ୟରେ ବୈଠକ

0

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆରମ୍ଭ ହୋଇଛି ବୈଠକ। ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ବୈଠକରେ ହ୍ୱାଇଟ ହାଉସରୁ ବାଇଡେନ ସାମିଲ ହୋଇଛନ୍ତି। ପ୍ରାରମ୍ଭିକ ଭାଷଣରେ ବାଇଡେନ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ପ୍ରତିଯୋଗିତା ମୁହାଁମୁହିଁ ଭଳି ପରିସ୍ଥିତି ସୃଷ୍ଟି ନକରୁ। ଜିନପିଙ୍ଗ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବା ଉପରେ ଧ୍ୟାନ ଦେବା ଉଚିତ।

ଭାଷଣରେ ଜିନପିଙ୍ଗ, ବାଇଡେନଙ୍କୁ ପୁରୁଣା ବନ୍ଧୁ ବୋଲି ସମ୍ବୋଧିତ କରିଛନ୍ତି। ଏହା ପୂର୍ବରୁ ୨୦୧୩ରେ ବାଇଡେନଙ୍କ ଚୀନ ଗସ୍ତ ସମୟରେ ଜିନପିଙ୍ଗ ତାଙ୍କୁ ପୁରୁଣା ବନ୍ଧୁ ବୋଲି କହିଥିଲେ, ଯେବେ ବାଇଡେନ ଦୁହିଁଙ୍କ ବନ୍ଧୁତା ବିଷୟରେ କହିଥିଲେ। ବାଇଡେନ ଓ ଜିନପିଙ୍ଗଙ୍କ ମଧ୍ୟରେ ଚାଲିଥିବା ଏହି ବୈଠକରୁ ହ୍ୱାଇଟ ହାଉସ ଅଧିକାରୀମାନେ ଅଧିକ କିଛି ଆଶା କରିନାହାଁନ୍ତି। ହ୍ୱାଇଟ ହାଉସ ଅଧିକାରୀ ମାନେ କହିଛନ୍ତି ଯେ, କୌଣସି ବଡ଼ ଘୋଷଣା ହେବାର ସମ୍ଭାବନା ନାହିଁ। ଦୁଇ ଦେଶ ପକ୍ଷରୁ ମିଳିତ ବିବୃତି ଦେବା ପାଇଁ ମଧ୍ୟ କୌଣସି ଯୋଜନା ନାହିଁ।

ଚାଇନର ଗଣମାଧ୍ୟମ ଅନୁଯାୟୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବାଇଡେନଙ୍କୁ ବୈଠକରେ ‘ତାଇୱାନ କାର୍ଡ’ ସହିତ ଆଗକୁ ନଯିବା ପାଇଁ କହିବେ । କାରଣ, ବେଜିଂ ଅଲଗା ହୋଇଥିବା ଖସାସି ଦ୍ୱୀପର ମୁଖ୍ୟ ଭୂମି ସହିତ ଏକୀକରଣ ପାଇଁ ଦାବି ଜାରି ରଖିଛି। ଏବେ ଏହା ଚୀନ ରାଷ୍ଟ୍ରପତିଙ୍କ ମୁଖ୍ୟ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଏହି ସମ୍ମିଳନୀ ପୂର୍ବରୁ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜିଓ ଲିଜିଆନ ସୋମବାର ଗଣମାଧ୍ୟରେ ସୂଚନା ଦେଇ କହିଛନ୍ତି ଯେ, ଚୀନ, ଆମେରିକାକୁ ସମ୍ପର୍କର ସ୍ଥିର ବିକାଶର ସଠିକ ମାର୍ଗକୁ ନେବାକୁ କହିବା। ବାଇଡେନ,ଜିନପିଙ୍ଗ ଆମେରିକା ଓ ଚୀନ ସମ୍ପର୍କର ଭବିଷ୍ୟତ ଓ ସାଧାରଣ ଚିନ୍ତାର ପ୍ରମୁଖ ପ୍ରସଙ୍ଗର ଉପରେ ମତ ରଖିବେ।

ଗତ କିଛି ବର୍ଷ ହେବ ଆମେରିକା ଓ ଚୀନ ମଧ୍ୟରେ ବିବାଦ ବଢିଛି। ଡୋନାଲ୍ଡ ଟ୍ରମ୍ପଙ୍କ ପରି ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଚୀନ ଉପରେ କଡ଼ା ଆଭିମୁଖ୍ୟ
ଗ୍ରହଣ କରିଛନ୍ତି। କୋଟି କୋଟି ଡଲାର ମୂଲ୍ୟର ଚାଇନାର ସାମଗ୍ରୀ ଉପରେ ଟ୍ରମ୍ପ ଆମଦାନୀ ଶୁଳ୍କ ଲଗାଇଥିଲେ। ଏହାକୁ ନେଇ ଚୀନ ଅସନ୍ତୋଷ ପ୍ରକାଶ କରିଥିଲା।

Leave A Reply

Your email address will not be published.