ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

କୃଷି ଆଇନ ପ୍ରତ୍ୟାହାର ନେଇ କଣ କହିଲେ ବିରୋଧୀ ?

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁ ନାନକ ଜୟନ୍ତୀ ଅବସରରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ମୋଦୀ । କୃଷି ଆଇନ ପ୍ରତ୍ୟାହାର ନେଇ ମୋଦୀଙ୍କ ଘୋଷଣା ପରେ ରାଜନୀତି ଜୋରଦାର । ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା ସାମନାକୁ ଆସିବାରେ ଲାଗିଛି । ଆରମ୍ଭ ହୋଇଛି ବୟାନବାଜି

କୃଷକ ନେତା ରାକେଶ ଟିକାୟତ କହିଛନ୍ତି ,କେବେଳ ଘୋଷଣା କଲେ ହେବନି । ଯେବେ ଯାଏଁ ସଂସଦରେ ଏହି ଆଇନ ଉଚ୍ଛେଦ ନହୋଇଛି ସେ ଯାଏଁ ଆନ୍ଦୋଳନ ଜାରି ରହିବ । ସରକାର ଏମଏସପି ପ୍ରସଙ୍ଗ ସହିତ ଅନ୍ୟ ପ୍ରସଙ୍ଗରେ ବି ଆଲୋଚନା କରିବା ଜରୁରୀ । ରାହୁଲ ଗାନ୍ଧୀ ମୋଦୀ ୩ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ଆସିଛି ସେ କହିଛନ୍ତି, ଦେଶର ଅନ୍ନଦାତା ଆନ୍ଦୋଳନ ମଧ୍ୟରେ ଅହଙ୍କାରରମୁଣ୍ଡ ତଳକୁ ନୁଆଁଇଛନ୍ତି ଅନ୍ୟାୟ ବିରୋଧରେ ହୋଇଥିବା ଏହି ବିଜୟକୁ ସ୍ୱାଗତ ଜଣାଇଛନ୍ତି ରାହୁଲ ଗାନ୍ଧୀ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୋଦୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି । କହିଛନ୍ତି ସରକାରଙ୍କ ବିରୋଧରେ ଏହା କୃଷକଙ୍କ ବଡ଼ ବିଜୟ । କଂଗ୍ରେସ ନେତା ପି.ଚିଦାମ୍ବରମ ଟୁଇଟ କରି ଲେଖିଛନ୍ତି ଯେ,ଆଗକୁ ନିର୍ବାଚନ ଆସୁଛି । ଏହାକୁ ଦୃଷ୍ଟିରେ ରଖି ମୋଦୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କୃଷି ଆଇନ ପ୍ରତ୍ୟାହାର ହେବା କୃଷକ ଭାଇ ଓ କଂଗ୍ରେସ ପାର୍ଟି ପାଇଁ ଏକ ବଡ଼ ବିଜୟ ।

ସେହିଭଳି ଆପ ସାଂସଦ ସଂଜୟ ସିଂହ କହିଛନ୍ତି, ଏହା ମୋଦୀଙ୍କ ଅନ୍ୟାୟ ଉପରେ କୃଷକ ଆନ୍ଦୋଳନର ଏକ ବଡ଼ ବିଜୟ । ଦେଶର ଅନ୍ନଦାତାଙ୍କ ଉପରେ ପ୍ରାୟ ବର୍ଷେ ହେବ ଘୋର ଅନ୍ୟାୟ ହୋଇଛି । ସଂଜୟ ରାୱତ କହିଛନ୍ତି, ପଞ୍ଜାବ ଓ ଉତ୍ତର ପ୍ରଦେଶ ନିର୍ବାଚନ ଭୟ ଥିବାରୁ ଏହି ଆଇନଗୁଡିକ ପ୍ରତ୍ୟାହାର ନିଆଯାଇଛି । ସରକାରଙ୍କ ଉପରେ ଚାପ ଥିଲା ଶେଷରେ କୃଷକମାନେ ଜିତିଲେ କୃଷି ଆଇନ ପ୍ରତ୍ୟାହାର ନେଇ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ ଟୁଇଟ କରି ପ୍ରତିକ୍ରିୟା ରଖିଛନ୍ତି ।କହିଛନ୍ତି, କୃଷକଙ୍କ ଆନ୍ଦୋଳନକୁ ଏକ ଐତିହାସିକ ସଫଳତା ମିଳିଛି ।

ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲ୍ଲିକ କହିଛନ୍ତି ଯେ, ଏହା ଦ୍ୱାରା ଏକ କଡ଼ା ବାର୍ତ୍ତା ଯାଇଛି ଯେ,ଦେଶ ଏକଜୁଟ ହେଲେ କୌଣସି ବି ନିଷ୍ପତ୍ତି ର ପରିବର୍ତ୍ତନ କରାଯାଇପାରିବ । ନିର୍ବାଚନରେ ପରାଜୟ ଭୟରେ ମୋଦୀ ଏହି ଆଇନ ପ୍ରତ୍ୟାହାର କରିନେଇଛନ୍ତି । କୃଷକଙ୍କ ବିଜୟ ହେଉଛି ଦେଶବାସୀଙ୍କ ବିଜୟ ।

Leave A Reply

Your email address will not be published.