ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ପଠାନ୍‌କୋଟରେ ଗ୍ରେନେଡ୍ ବିସ୍ଫୋରଣ

0

ନୂଆଦିଲ୍ଲୀ: ପଞ୍ଜାବର ପଠାନ୍‌କୋଟ୍ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ୍ ବିସ୍ଫୋରଣ। ଆର୍ମି କ୍ୟାମ୍ପ ଗେଟ ଉପରେ ଗ୍ରେନେଡ୍‌ରେ ଆକ୍ରମଣ କରାଯାଇଛି। କ୍ୟାମ୍ପର ତ୍ରିବେଣୀ ଗେଟ ଉପରେ ଗ୍ରେନେଡ୍ ଫିଙ୍ଗିକି ବିସ୍ଫୋରଣ କରାଯାଇଛି। ତେବେ ବାଇକରେ ଆସି ଗ୍ରେନେଡ୍ ମାଡ଼ କରିଥିବା ସୂଚନା ରହିଛି। ଗ୍ରେନେଡ୍ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଅପରାଧୀଙ୍କୁ ଧରିବାରୁ ତଲାସୀ ଅଭିଯାନ ଆରମ୍ଭ ହୋଇଛି।

ପଠାନ୍‌କୋଟ୍‌ର ଏସଏସପି ସୁରେନ୍ଦ୍ର ଲାମ୍ବା କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଗ୍ରେନେଡ ବିସ୍ଫୋରଣ ହୋଇଥିବା ଜଣାପଡୁଛି। ଯାଞ୍ଚ ଜାରି ରହିଛି। କୁହାଯାଉଛି
ଯେ, ଏକ ବାଇକ ଯିବା ସମୟରେ ବିସ୍ଫୋରଣ ହୋଇଥିଲା। ଭଲ ସିସିଟିଭି ଫୁଟେଜ ମିଳିବାର ଆଶା ରହିଛି।

ପଠାନକୋଟ ହେଉଛି ଭାରତ ଗୁରୁତ୍ୱପୂର୍ଣ୍ଣ ଠିକଣା ମଧ୍ୟରୁ ଗୋଟିଏ। ଏଠାରେ ବାୟସେନା ଷ୍ଟେସନ, ସେନା ଗୁଳିଗୋଳ ଡିପୋ, ଦୁଇଟି ସଶସ୍ତ୍ର ବ୍ରିଗ୍ରେଡ଼,ସଶସ୍ତ୍ର ୟୁନିଟ ରହିଛି। ଜାନୁଆରୀ ୨୦୧୬ରେ , ପଠାନକୋଟ ବାୟୁସେନା ଷ୍ଟେସନରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୫ ଆତଙ୍କବାଦୀ
ନିହତ ହୋଇଥିବା ବେଳେ ୮ ସୈନ୍ୟ ସହିଦ ହୋଇଥିଲେ।

Leave A Reply

Your email address will not be published.