ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ନୂଆବର୍ଷରେ ୪ ଫିଲ୍ମ ମଧ୍ୟରେ ହେବ ଟକ୍କର

0

ମୁମ୍ବାଇ: ନୂଆବର୍ଷରେ ୪ ବଡ ବଲିଉଡ ଫିଲ୍ମର ହେବ କଡା ଟକ୍କର। ବଲିଉଡର ମୋଷ୍ଟ ପରଫେକସିନିଷ୍ଟ ଅମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଢା’ର ରିଲିଜକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ହେଲେ ଦର୍ଶକଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନି। କାରଣ ଫିଲ୍ମର ରିଲିଜ ତାରିଖ ଏବେ ଘୋଷଣା ହୋଇସାରିଛି। ଏପ୍ରିଲ ୧୪, ୨୦୨୨ରେ ଅମୀରଙ୍କ ଫିଲ୍ମ ସିନେମା ହଲରେ ପଡିବ।

ତେବେ ଅମୀର ଫିଲ୍ମ ‘ଲାଲ ସିଂହ ଚଢା’ କେବଳ ସେହିଦିନ ରିଲିଜ ହେବନାହିଁ। ଅମୀରଙ୍କ ଫିଲ୍ମକୁ ଟକ୍କର ଦେବା ପାଇଁ ଫିଲ୍ମ ‘କେଜିଏଫ-୨’ ପ୍ରଭାସଙ୍କ ଫିଲ୍ମ ‘ସାଲାର’ ଏବଂ ବରୁଣ ଧୱନଙ୍କ ଫିଲ୍ମ ‘ଭେଡିୟା’ବି ରିଲିଜ ହେଉଛି। ଏପ୍ରିଲ ୧୪ରେ ବଲିଉଡର ବହୁ ବଡ଼ ଷ୍ଟାର ବକ୍ସ ଅଫିସେ ସାମନା ସାମନି ହେବାକୁ ଯାଉଛନ୍ତି। ଏପ୍ରିଲ ମାସରେ ଏହି ୪ ଫିଲ୍ମ ବ୍ୟତିତ ଦର୍ଶକଙ୍କ ପାଇଁ ଆଉ କିଛି ମଧ୍ୟ ରହିଛି। ଏହି ମାସରେ ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ଫିଲ୍ମ ‘ମେଡେ’, ବଲିଉଡ କୁଇନ କଙ୍ଗନା ରଣାୱତଙ୍କ ଫିଳ୍ମ ‘ଧାକଡ଼’ ଏବଂ ମାଧବନ ଷ୍ଟାରର ‘ରକେଟ୍ରି’ ଓ ଟାଇଗର ସରଫଙ୍କ ଫିଲ୍ମ ‘ହିରୋପନ୍ତୀ-୨’
ବି ସିନେମା ହଲରେ ପଡିବ।

ଏହା କହିବା ଭୁଲ ହେବନି ଯେ ଏପ୍ରିଲ ମାସରେ ଦର୍ଶକଙ୍କ ପାଇଁ ଏଣ୍ଟେରଟେନମେଣ୍ଟର ଫୁଲ ଅନ ଡୋଜ ମିଳିବାର ଅଛି। ଏବେ ଦେଖିବାକୁ ବାକି ରହିଲା , ଯେବେ ଗୋଟିଏ ଦିନରେ ୪ଟି ଫିଲ୍ମ ଦେଖିବାର ସୁଯୋଗ ମିଳିବ ତ ଦର୍ଶକ କେଉଁ ଷ୍ଟାରଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରିବେ। ଅମୀର, ବରୁଣ,ୟଶ ଓ ପ୍ରଭାସ କିଏ ବାଜି ମାରି ନେବେ ତାହା ଜାଣିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ।

Leave A Reply

Your email address will not be published.