ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ଗୋଲ୍ ବର୍ଷା କରି କାନାଡାକୁ ଧୋଇଦେଲା ଭାରତ

0

ଭୁବନେଶ୍ବର: ଦ୍ବିତୀୟ ମ୍ୟାଚରୁ ଆୟୋଜକ ଭାରତ କନିଷ୍ଠ ପୁୁରୁଷ ହକି ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର କାନାଡାକୁ ୧୩-୧ରେ ପରାସ୍ତ କରି ନିଜର ଦମଦାର ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଛନ୍ତି ଖେଳାଳି। ଅନ୍ୟପକ୍ଷରେ କାନାଡା ଲଗାତାର ଦ୍ବିତୀୟ ମ୍ୟାଚରେ ପରାଜୟର ସ୍ବାଦ ଚାଖିଛି। ପୂର୍ବରୁ ପୋଲାଣ୍ଡଠାରୁ କାନାଡା ଦଳ ହାରିଥିଲା। ସେହିଭଳି ଭାରତ ମଧ୍ୟ ଫ୍ରାନ୍ସ ଠାରୁ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲା।

ଆଜିର ମ୍ୟାଚରେ ଓଡ଼ିଶାର ଖେଳାଳି ଅଭିଷେକ ଲାକ୍ରା ଗୋଟିଏ ଗୋଲ୍ ଦେଇଥିଲେ। ଏହା ରାଜ୍ୟର କ୍ରୀଡ଼ା ପ୍ରେମୀଙ୍କୁ ଖୁସି ଦେଇଛି। କେବଳ ସେତିକି ନୁହେଁ, ଆଜିର ମ୍ୟାଚ୍ ରୋମାଞ୍ଚ ଆଣିବାର ଅନ୍ୟ କାରଣ ହେଲା, ଆଜି ଭାରତୀୟ ଟିମ୍ ଗୋଲ୍ ବର୍ଷା କରିଥିଲେ। ଅରାଇଜିତ ସିଂହ ଦୁଇଟି ଗୋଲ୍ ଦେଇଥିବା ବେଳେ ଶରଦାନନ୍ଦ ତିଵାରୀ, ସଂଜୟ, ଉତ୍ତମ ସିଂ ପ୍ରମୁଖଙ୍କ ଗୋଲ ଯୋଗଦାନ ଭାରତକୁ ସଫଳତା ଦେଇଥିଲା। ଉତ୍ତମ ପ୍ରଥମ ଗୋଲ୍ ଦେଇଥିଲେ। ଏହାର ଅଳ୍ପ କିଛି ସେକେଣ୍ଡ ପରେ ଅଧିନାୟକ ବିବେକ ସାଗର ଆଉ ଏକ ଗୋଲ୍ ଦେଇଥିଲେ।

Leave A Reply

Your email address will not be published.