ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପରାଗ ଅଗ୍ରୱାଲ କିଏ?

0

ନୂଆଦିଲ୍ଲୀ: ଟ୍ୱିଟରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ଜ୍ୟାକ ଡୋର୍ସିଙ୍କ ଜାଗାରେ ନିଯୁକ୍ତ ହୋଇଛନ୍ତି ପରାଗ ଅଗ୍ରୱାଲ। ଭାରତୀୟ ବଂଶୋଭାବ ହେଉଛନ୍ତି ପରାଗ ଅଗ୍ରୱାଲ। ଡୋର୍ସି ତୁରନ୍ତ ପରାଗ ଅଗ୍ରୱାଲଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ଟ୍ୱିଟରର ସିଇଓ ଭାବରେ ସେ ନିଜର ଦାୟିତ୍ୱ ଠିକ ଭାବେ ସମ୍ପାଦନ କରିବେ ବୋଲି ତାଙ୍କର ଗଭୀର ବିଶ୍ୱାସ ରହିଛି। ଗତ ୧୦ ବର୍ଷ ମଧ୍ୟରେ ସେ ବହୁତ ଭଲ କାମ କରିଛନ୍ତି। ତାଙ୍କ ଦକ୍ଷତା ଓ ବ୍ୟକ୍ତିତ୍ୱ ପାଇଁ ସେ କୃତଜ୍ଞ। ଏବେ ପରାଗଙ୍କର ନେତୃତ୍ୱ ନେବାର ସମୟ ଆସିଛି ବୋଲି ଜ୍ୟାକ ଡୋର୍ସି କହିଛନ୍ତି।

ପରାଗ ଅଗ୍ରୱାଲ ଟ୍ୱିଟର ଇଞ୍ଜିନିୟର ଭାବେ ନିଜ କାମ ଆରମ୍ଭ କରିଥିଲେ। ଏବେ ସେ ସିଇଓ ଭାବରେ ଦାୟିତ୍ୱ ନେଇଛନ୍ତି। ଏହା ପୂର୍ବରୁ ପରାଗ ଟ୍ୱିଟରର ସିଟିଓ(ଚିଫ୍‌ ଟେକ୍ନୋଲୋଜି ଅଫିସର) ଥିଲେ। ପରାଗ ଅଗ୍ରୱାଲ ବମ୍ବେ ଆଇଆଇଟିରୁ ଇଂଜିନିୟରିଂ ଡିଗ୍ରି କରିଛନ୍ତି ଏବଂ ଷ୍ଟେନଫୋର୍ଡ ୟୁନିଭର୍ସଟିରୁ କମ୍ପୁଟର ସାଇନ୍ସରେ ଡକ୍ଟରେଟ କରିଛନ୍ତି।

ଅଗ୍ରୱାଲ ୨୦୧୧ରୁ ଟ୍ୱିଟରରେ କାମ କରୁଛନ୍ତି ଏବଂ ୨୦୧୭ରେ କମ୍ପାନିର ସିଟିଓ ଥିଲେ। ଯେବେ ସେ କମ୍ପାନିରେ କାମ ଆରମ୍ଭ କଲେ ସେତେବେଳେ ତାଙ୍କ ଦରମା ହଜାରେରୁ ବି କମ ଥିଲା। ଟୁଇଟରରେ କାମ କରିବା ଆଗରୁ ସେ ମାଇକ୍ରୋସଫ୍ଟ ଏବଂ ୟାହୁରେ କାମ କରିଛନ୍ତି। ଜ୍ୟାକ ଡୋର୍ସି କମ୍ପାନିର ସହ ପ୍ରତିଷ୍ଠାତା ଓ ସିଇଓ ଭାବେ କାମ କରିବାର ୧୬ ବର୍ଷ ପରେ ,ଶେଷରେ ଯିବାର ସମୟ ଆସିଲା ବୋଲି କର୍ମଚାରୀଙ୍କୁ ପତ୍ରରେ ଲେଖିଛନ୍ତି।

ତେବେ ଗୁଗୁଲ,ମାଇକ୍ରୋସଫ୍ଟ,ଆଇବିଏମ,ଏଡୋବରେ ମଧ୍ୟ ସିଇଓ ଭାବେ ଭାରତୀୟ ବଂଶୋଭାବ କାମ କରୁଥିବା ବେଳେ ଏବେ ଟ୍ୱିଟରର ସିଇଓ ଭାବେ ଭାରତୀୟ ବଂଶୋଭାଗ ପରାଗ ଅଗ୍ରୱାଲଙ୍କୁ ନିଯୁକ୍ତି ମିଳିଛି।

Leave A Reply

Your email address will not be published.