ପ୍ରମୁଖ ଖବର

ଚତୁର୍ଥ ପର୍ଯ୍ୟାୟରେ ଦେଶ ଦେଲା ଭୋଟ: ୯୬ ଲୋକସଭା ଓ ଆନ୍ଧପ୍ରଦେଶ ସମସ୍ତ ୧୭୫ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନରେ ମତଦାନ
ଡାକ୍ତର ମାନସ ରଞ୍ଜନ ସାହୁ ହେଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ନୂଆ କୁଳପତି, ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ରଘୁବର ଦାସ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି, ଆଜି ଏନେଇ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି

ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଅଙ୍ଗନୱାଡି କର୍ମୀ

0

ଗୋଟେ ପଟେ ପାଞ୍ଚ ଦିନ ହେବ ବିଧାନସଭା ଶୀତ ଅଧିବେଶନ ଦିନଟିଏ ଚାଲିପାରୁନି । ହଟ୍ଟଗୋଳ, ହୋହଲ୍ଲା ମଧ୍ୟରେ ବାରମ୍ବାର ଗୃହ ମୁଲତବି ହେଉଛି । ଏପଟେ ରାଜଧାନୀ ରାଜରାସ୍ତାରେ ଏକାଠି ହୋଇଛନ୍ତି ଶହ ଶହ ଅଙ୍ଗନୱାଡି କର୍ମୀ । ୧୩ ଦଫା ଦାବିରେ ଆଜି ମାଷ୍ଟିର କ୍ୟାଣ୍ଟିନ ଛକରେ ଗର୍ଜିଛନ୍ତି ଅଙ୍ଗନୱାଡି ଦିଦି ।

ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାକର୍ସ ଆସୋସିଏସନ ତରଫରୁ ଆଜି ଏକ ବିଶାଳ ଶୋଭାଯାତ୍ରା ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲା ।ବିଭିନ୍ନ ଦାବି ନେଇ ଆଜି ଏକାଠି ହୋଇଥିଲେ ଅଙ୍ଗନୱାଡି ଦିଦି । ତେବେ ସେମାନଙ୍କର ଦାବି ଗୁଡିକ ହେଲା, ଅଙ୍ଗନୱାଡି ସ୍କିମ ପ୍ରଥାକୁ ଉଚ୍ଛେଦ କରି ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରାଯିବା । ଯେଉଁପର୍ଯ୍ୟନ୍ତ ସରକାରୀ ମାନତ୍ୟ ନମିଳିଛି ମାସିକ ପାରିଶ୍ରାମିକ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧ ହଜାର ଟଙ୍କା ଓ ସହାୟିକା ମାନଙ୍କୁ ୧୦ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବା । ସରକାରୀ ଛୁଟି ମଧ୍ୟ ଲାଗୁ କରାଯାଉ । ରବିବାର ବା ଛୁଟି ଦିନରେ କାମ କଲେ ଦୁଇ ଗୁଣ ଦରମା ଦିଆଯାଉ ।

ସେହିପରି ଆଜିର ସମୟ ହିସାବରେ ଅବସରକାଳୀନ ସହାୟତା ରାଶିକୁ ବୃଦ୍ଧି କରି ୫ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ମାସିକ ୫ ହଜାର ଟଙ୍କାର ଅବସରକାଳୀନ ପେନସନ କରାଯିବା । ମିନି ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା ସହ ସହାୟିକା ନିଯୁକ୍ତି ଦିଆଯିବା । ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ରାଜ୍ୟର ସବୁ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ସହ ଅଙ୍ଗନୱାଡି କର୍ମୀଙ୍କୁ ତାଲିମ ଦେଇ ଦକ୍ଷତା ବିକାଶ କରି (ପ୍ରି-ପ୍ରାଇମେରୀ ଓ ସହାୟିକା ମାନଙ୍କୁ ଆସିଷ୍ଟା ପ୍ରି-ପ୍ରାଇମେରୀ ଟିଚର)ର ମାନ୍ୟତା ।କାର୍ଯ୍ୟରତ ସମୟରେ ଅଙ୍ଗନୱାଡି କର୍ମୀ,ମିନି ଅଙ୍ଗନୱାଡି କର୍ମୀ ଓ ସହାୟିକା ମୃତ୍ୟୁବରଣ କଲେ ମୃତ୍ୟୁକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି ସହ ତାଙ୍କ ପରିବାରର ଜଣକୁ ଚାକିରି ଦିଆଯାଉ ।

ସେହିପରି କରୋନାରେ ମୃତ୍ୟୁବରଣ କରିଥିବା କର୍ମୀ ଓ ସହାୟିକାମାନଙ୍କୁ କେନ୍ଦ୍ର ସରକାର ଘୋଷିତ ୫୦ ଲକ୍ଷ ଟଙ୍କାର ବୀମା ଓ ମେ ୨୪ , ୨୦୨୧ରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ୬୦ ବର୍ଷ ହେବା ପର୍ଯ୍ୟନ୍ତ ମାସିକ ଟଙ୍କା ୭ ହଜାର ୫୦୦ ଓ ପରିବାରର ଜଣକୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ସେହିପରି ଆନ୍ଦୋଳନ ସମୟରେ କାର୍ଯ୍ୟରୁ ବହିଷ୍କୃତ ୭ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ନେଇ ମଧ୍ୟ ଦାବି କରିଯାଇଛି ।

Leave A Reply

Your email address will not be published.