ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଅଙ୍ଗନୱାଡି କର୍ମୀ

0

ଗୋଟେ ପଟେ ପାଞ୍ଚ ଦିନ ହେବ ବିଧାନସଭା ଶୀତ ଅଧିବେଶନ ଦିନଟିଏ ଚାଲିପାରୁନି । ହଟ୍ଟଗୋଳ, ହୋହଲ୍ଲା ମଧ୍ୟରେ ବାରମ୍ବାର ଗୃହ ମୁଲତବି ହେଉଛି । ଏପଟେ ରାଜଧାନୀ ରାଜରାସ୍ତାରେ ଏକାଠି ହୋଇଛନ୍ତି ଶହ ଶହ ଅଙ୍ଗନୱାଡି କର୍ମୀ । ୧୩ ଦଫା ଦାବିରେ ଆଜି ମାଷ୍ଟିର କ୍ୟାଣ୍ଟିନ ଛକରେ ଗର୍ଜିଛନ୍ତି ଅଙ୍ଗନୱାଡି ଦିଦି ।

ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାକର୍ସ ଆସୋସିଏସନ ତରଫରୁ ଆଜି ଏକ ବିଶାଳ ଶୋଭାଯାତ୍ରା ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲା ।ବିଭିନ୍ନ ଦାବି ନେଇ ଆଜି ଏକାଠି ହୋଇଥିଲେ ଅଙ୍ଗନୱାଡି ଦିଦି । ତେବେ ସେମାନଙ୍କର ଦାବି ଗୁଡିକ ହେଲା, ଅଙ୍ଗନୱାଡି ସ୍କିମ ପ୍ରଥାକୁ ଉଚ୍ଛେଦ କରି ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରାଯିବା । ଯେଉଁପର୍ଯ୍ୟନ୍ତ ସରକାରୀ ମାନତ୍ୟ ନମିଳିଛି ମାସିକ ପାରିଶ୍ରାମିକ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧ ହଜାର ଟଙ୍କା ଓ ସହାୟିକା ମାନଙ୍କୁ ୧୦ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବା । ସରକାରୀ ଛୁଟି ମଧ୍ୟ ଲାଗୁ କରାଯାଉ । ରବିବାର ବା ଛୁଟି ଦିନରେ କାମ କଲେ ଦୁଇ ଗୁଣ ଦରମା ଦିଆଯାଉ ।

ସେହିପରି ଆଜିର ସମୟ ହିସାବରେ ଅବସରକାଳୀନ ସହାୟତା ରାଶିକୁ ବୃଦ୍ଧି କରି ୫ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ମାସିକ ୫ ହଜାର ଟଙ୍କାର ଅବସରକାଳୀନ ପେନସନ କରାଯିବା । ମିନି ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା ସହ ସହାୟିକା ନିଯୁକ୍ତି ଦିଆଯିବା । ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ରାଜ୍ୟର ସବୁ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ସହ ଅଙ୍ଗନୱାଡି କର୍ମୀଙ୍କୁ ତାଲିମ ଦେଇ ଦକ୍ଷତା ବିକାଶ କରି (ପ୍ରି-ପ୍ରାଇମେରୀ ଓ ସହାୟିକା ମାନଙ୍କୁ ଆସିଷ୍ଟା ପ୍ରି-ପ୍ରାଇମେରୀ ଟିଚର)ର ମାନ୍ୟତା ।କାର୍ଯ୍ୟରତ ସମୟରେ ଅଙ୍ଗନୱାଡି କର୍ମୀ,ମିନି ଅଙ୍ଗନୱାଡି କର୍ମୀ ଓ ସହାୟିକା ମୃତ୍ୟୁବରଣ କଲେ ମୃତ୍ୟୁକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି ସହ ତାଙ୍କ ପରିବାରର ଜଣକୁ ଚାକିରି ଦିଆଯାଉ ।

ସେହିପରି କରୋନାରେ ମୃତ୍ୟୁବରଣ କରିଥିବା କର୍ମୀ ଓ ସହାୟିକାମାନଙ୍କୁ କେନ୍ଦ୍ର ସରକାର ଘୋଷିତ ୫୦ ଲକ୍ଷ ଟଙ୍କାର ବୀମା ଓ ମେ ୨୪ , ୨୦୨୧ରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ୬୦ ବର୍ଷ ହେବା ପର୍ଯ୍ୟନ୍ତ ମାସିକ ଟଙ୍କା ୭ ହଜାର ୫୦୦ ଓ ପରିବାରର ଜଣକୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ସେହିପରି ଆନ୍ଦୋଳନ ସମୟରେ କାର୍ଯ୍ୟରୁ ବହିଷ୍କୃତ ୭ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ନେଇ ମଧ୍ୟ ଦାବି କରିଯାଇଛି ।

Leave A Reply

Your email address will not be published.