ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ବିଦାୟୀ ଡିଜିପି ଅଭୟ ନାର୍କୋଟିକ୍ସ ଓ ଡ଼୍ରଗ୍ସ ଟାସ୍କଫୋର୍ସ ଅଧ୍ୟକ୍ଷ ନିଯୁକ୍ତ

0

ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ, ମିଳିବ ମୁଖ୍ୟ ଶାସନ ସଚିବ ପାହ୍ୟା

ଭୁବନେଶ୍ୱର : ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିବା ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାର୍କୋଟିକ୍‍ ଓ ଡ୍ରଗ୍ସ ସମ୍ପର୍କିତ ଟାସ୍କଫୋର୍ସ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ୧୯୮୬ ବ୍ୟାଚ୍‍ର ଆଇପିଏସ୍‍ ଅଧିକାରୀ ଶ୍ରୀ ଅଭୟ ସିବିଆଇ, ସିଆର୍‍ପିଏଫ୍‍ ଓ ବ୍ୟୁରୋ ଅଫ୍‍ ପୁଲିସ ରିସର୍ଚ୍ଚ ଏଣ୍ଡ ଡ଼େଭଲପ୍‍ମେଣ୍ଟର ବିଭିନ୍ନ ଉଚ୍ଚ ପଦରେ କାର୍ଯ୍ୟ କରିଛନ୍ତି। ଏହାବ୍ୟତୀତ ସେ ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‍ସିବି)ର ନିର୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ସେହିପରି ଭାରତ ପକ୍ଷରୁ ଜାତିସଂଘର ଡ଼୍ରଗ୍ସ ସଂକ୍ରାନ୍ତ ସମ୍ମେଳନରେ ମିଆଁମାର, ଆଫଗାନିସ୍ଥାନ, ଶ୍ରୀଲଙ୍କା, ରୁଷିଆ, ଇଣ୍ଡୋନେସିଆ ଆଦି ଦେଶର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଭାଗ ନେଇ ଆନ୍ତର୍ଜାତିକ ନିଶା କାରବାର ନିୟନ୍ତ୍ରଣ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଛନ୍ତି।

ଦିଲ୍ଲୀ, ହରିଆଣା, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ନିଶା କାରବାର ବୃଦ୍ଧି ପରେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବାର ଆଶଙ୍କା ସୃ୍‍ଷ୍ଟି ହୋଇଛି। ତେଣୁ ପ୍ରତିଷେଧାତ୍ମକ ବ୍ୟବସ୍ଥା ସ୍ୱରୂପ ରାଜ୍ୟରେ ନାର୍କୋଟିକ୍ସ ଓ ଡ଼୍ରଗ୍ସ କାରବାର ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ଶ୍ରୀ ଅଭୟଙ୍କୁ ଟାସ୍କ ଫୋର୍ସ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରାଯାଇଛି। ଡିଜିପି ଭାବରେ ଶ୍ରୀ ଅଭୟଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ରେକର୍ଡ଼ ପରିମାଣର ଡ଼୍ରଗ୍ସ ଜବତ କରାଯାଇଛି ଓ ବହୁ ଡ଼୍ରଗ୍‍ ମାଫିଆ ଗିରଫ ହୋଇଛନ୍ତି। ଅନୁରୂପ ଭାବରେ ଗଞ୍ଜେଇ ଚାଷ ନିୟନ୍ତ୍ରଣ ଓ ଗଞ୍ଜେଇ ଗଛ ନଷ୍ଟ କ୍ଷେତ୍ରରେ ପୁଲିସ ବିଭାଗକୁ ବେଶ୍‍ ସଫଳତା ମିଳିଛି। ନିଶା ମାଫିଆଙ୍କୁ ସାବାଡ଼ କରିବା କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଥିବାରୁ ଅଭୟଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଥିବା କୁହାଯାଉଛି। ଅଭୟ ନୂଆ ପଦବୀ ପାଇବା ପରେ ଆଗାମୀ ଦିନରେ ଡ୍ରଗ୍ସ କାରବାର ଉପରେ ଅଙ୍କୁଶ ଲାଗିପାରିବ ବୋଲି ଆଶା କରାଯାଉଛି। ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟାର ସୁବିଧା ସୁଯୋଗ ମିଳିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.