ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

0

କେନ୍ଦ୍ରାପଡା: ଜଣେ ମାଆ କ’ଣ କେବେ ତା ଛୁଆକୁ ମାରିପାରେ, ଯାହାକୁ ସେ ଦୁନିଆକୁ ଆଣିଛି ତାକୁ ଜୀବନରୁ ମାରିଦେବାକୁ କ’ଣ କେବେ ତା’ ହାତ ଉଠିପାରେ? ହେଲେ ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ମର୍ଶାଘାଇ ଥାନା କାନପୁର ଗାଁରେ। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ମାସର ନିଷ୍ପାପ ଶିଶୁକୁ ମାରିଦେଲା ଜନ୍ମକଲା ମାଆ। କାନପୁର ଗାଁର ସତ୍ୟରଞ୍ଜନ ପରିଡାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପରିଡା ନିଜର ୨ ମାସର ଶିଶୁର ତଣ୍ଟିଚିପି ହତ୍ୟା କରିଛି। ଆଉ ହତ୍ୟା କଲା ପରେ ଏକ ଅଖାରେ ଶିଶୁର ମୃତଦେହକୁ ପୁରାଇ କୂଅରେ ପକାଇଦେଇଛି। ରବିବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ସୋମବାର ସକାଳୁ ଘର ଲୋକ ଶିଶୁ ପୁତ୍ର ନିଖୋଜ ଥିବାରୁ ଖୋଜାଖୋଜି କରିଥିଲେ।

ଏନେଇ ଅଭିଯୋଗ ପରେ ମାର୍ଶାଘାଇ ପୁଲିସ ଓ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖାଜି କରିଥିଲେ। ଅନେକ ଖୋଜାଖୋଜି ପରେ ଏକ ପରିତ୍ୟକ୍ତ କୂଅ ଭିତରୁ ଶିଶୁ ପୁତ୍ରର ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ। ନିଜେ ମାଆ ମଧ୍ୟ ଶିଶୁକୁ ମାରିଥିବା ପୁଲିସ ଆଗରେ ସ୍ୱୀକାର କରିଥିବା ବେଳେ ପୁଲିସ ଲକ୍ଷ୍ମୀପ୍ରିୟା ଓ ତାଙ୍କ ସ୍ୱାମୀ ସତ୍ୟରଞ୍ଜନଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଶିଶୁପୁତ୍ରକୁ କାହିଁକି ହତ୍ୟା କଲା ଲକ୍ଷ୍ମୀପ୍ରିୟା ତାହା ଜଣାପଡିନାହିଁ। ପୁଲିସ ପଚରାଉଚରା ଜାରି ରଖିଛି।

Leave A Reply

Your email address will not be published.