ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ଭାଇରସ ପଞ୍ଝାରେ ଜୀବନ

0
  • ପୁଣି ପଞ୍ଝା ମେଲାଉଛି କରୋନା
  • ରାଜ୍ୟରେ ଦୈନିକ ସଂକ୍ରମଣ ୧୨ଶହ ପାର୍‌
  • ଦେଶରେ ୨୧୩୫କୁ ବୃଦ୍ଧି ପାଇଲା ଓମିକ୍ରନ

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ପଞ୍ଝା ମେଲାଉଛି କରୋନା । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ 12ଶହ ପାର୍‌ କରିଛି। । ଗତ ୨୪ ଘଣ୍ଟାରେ ମଧ୍ୟରେ ୧୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ କରୋନାରେ ଆଖି ବୁଜିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭ ଜଣ ପଜିଟିଭ୍ ୧୮ ବର୍ଷରୁ କମ୍ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଏ ଯାବତ ୩୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ । ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମଥର ପାଇଁ ଏହା ୬୦ ହଜାର ଆଡକୁ ମୁହାଁଇଛି । ଦିନକରେ ୫୮,୦୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩୪ ଜଣ ଭାଇରସ ପଞ୍ଝାରେ ପଡ଼ି ଜୀବନ ହରାଇଛନ୍ତି । ସେହିପରି ଦେଶରେ ଦୈନିକ ପଜିଟିଭିଟି ରେଟ୍‌ ମଧ୍ୟ ୪.୧୮%କୁ ବୃଦ୍ଧି ପାଇଛି। ଦେଶରେ ଟିକାକରଣ ଠାରୁ ଆରମ୍ଭ କରି କଟକଣାକୁ କଡ଼ାକଡ଼ି କରାଯାଉଥିଲେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଇଛି । ବିଶେଷ କରି ଓମିକ୍ରନ ଜନିତ ସଂକ୍ରମଣ ବଢ଼ୁଥିବାରୁ ସରକାରଙ୍କ ନିଦ ହଜିଗଲାଣି । ଦିନକରେ ସମଗ୍ର ଦେଶରୁ ଆଉ ୨୪୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ଦେଶରେ ଓମିକ୍ରନ ଜିନତ ସଂକ୍ରମିତଙ୍କ ସଂଖ୍ୟା ୨୧୩୫ରେ ପହଞ୍ଚିଛି ।

Leave A Reply

Your email address will not be published.