ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଭାଇରସ ପଞ୍ଝାରେ ଜୀବନ

0
  • ପୁଣି ପଞ୍ଝା ମେଲାଉଛି କରୋନା
  • ରାଜ୍ୟରେ ଦୈନିକ ସଂକ୍ରମଣ ୧୨ଶହ ପାର୍‌
  • ଦେଶରେ ୨୧୩୫କୁ ବୃଦ୍ଧି ପାଇଲା ଓମିକ୍ରନ

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ପଞ୍ଝା ମେଲାଉଛି କରୋନା । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ 12ଶହ ପାର୍‌ କରିଛି। । ଗତ ୨୪ ଘଣ୍ଟାରେ ମଧ୍ୟରେ ୧୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ କରୋନାରେ ଆଖି ବୁଜିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭ ଜଣ ପଜିଟିଭ୍ ୧୮ ବର୍ଷରୁ କମ୍ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଏ ଯାବତ ୩୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ । ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମଥର ପାଇଁ ଏହା ୬୦ ହଜାର ଆଡକୁ ମୁହାଁଇଛି । ଦିନକରେ ୫୮,୦୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩୪ ଜଣ ଭାଇରସ ପଞ୍ଝାରେ ପଡ଼ି ଜୀବନ ହରାଇଛନ୍ତି । ସେହିପରି ଦେଶରେ ଦୈନିକ ପଜିଟିଭିଟି ରେଟ୍‌ ମଧ୍ୟ ୪.୧୮%କୁ ବୃଦ୍ଧି ପାଇଛି। ଦେଶରେ ଟିକାକରଣ ଠାରୁ ଆରମ୍ଭ କରି କଟକଣାକୁ କଡ଼ାକଡ଼ି କରାଯାଉଥିଲେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଇଛି । ବିଶେଷ କରି ଓମିକ୍ରନ ଜନିତ ସଂକ୍ରମଣ ବଢ଼ୁଥିବାରୁ ସରକାରଙ୍କ ନିଦ ହଜିଗଲାଣି । ଦିନକରେ ସମଗ୍ର ଦେଶରୁ ଆଉ ୨୪୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ଦେଶରେ ଓମିକ୍ରନ ଜିନତ ସଂକ୍ରମିତଙ୍କ ସଂଖ୍ୟା ୨୧୩୫ରେ ପହଞ୍ଚିଛି ।

Leave A Reply

Your email address will not be published.