ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଆଇଏନଏସ ରଣବୀର, ବିସ୍ଫୋରଣର ଯାଞ୍ଚ ପାଇଁ ନିର୍ଦ୍ଦେଶ

0

ମୁମ୍ବାଇର ନୌସେନା ଡକ୍‌ୟାର୍ଡ ଭିତରେ ଥିବା ଆଇଏନଏସ ରଣବୀରରେ ବିସ୍ଫୋରଣ ।ବିସ୍ଫୋରଣରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ କିଛି ଜଣ ଆହତ ହୋଇଛନ୍ତି । ଭାରତୀୟ ନୌସେନା ଅଧିକାରୀ ବିସ୍ଫୋରଣ ନେଇ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଆଇଏନଏସ ରଣବୀର ପୂର୍ବାଞ୍ଚଳ କମାଣ୍ଡରେ ମୁତୟନ ଥିଲା । ନିକଟରେ ଏହା ନିଜର ମୂଳ ବେସ -ପଶ୍ଚିମାଞ୍ଚଳ ନୌସେନା କମାଣ୍ଡକୁ ଫେରିଥିଲା । ଏହି ସମୟରେ ଆଇଏନଏସ ରଣବୀରରେ ବିସ୍ଫୋରଣ ହୋଇଛି ।

ନୌସେନା ଅଧିକାରୀ କହିଛନ୍ତି ଯେ, ବିସ୍ଫୋରଣ କ୍ରୁ ସଦସ୍ୟଙ୍କ ପଦକ୍ଷେପ ଯୋଗୁ ତୁରନ୍ତ ନିଆଁକୁ ନିୟନ୍ତ୍ରଣକୁ କରାଯାଇଥିଲା । ତେବେ ଏଯାଏ ଏହି ବିସ୍ଫୋରଣରେ କୌଣସି ବଡ଼ ଧରଣର କ୍ଷତି ହୋଇଥିବା ସୂଚନା ମିଳିନାହିଁ । ତେବେ ଆଇଏନଏସ ରଣବୀରରେ ବିସ୍ଫୋରଣ କେମିତ ହେଲା, ତାହାର ତଦନ୍ତ ପାଇଁ ବୋର୍ଡ ଅଫ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଇଏନଏସ ରଣବୀର ଭାରତୀୟ ନୌସେନାର ରାଜପୁତ ଶ୍ରେଣୀର ୫ ବିଧ୍ୱଂସକାରୀ ଜାହାଜ ମଧ୍ୟରୁ ହେଉଛି ଚତୃର୍ଥ ଜାହାଜ ।୧୯୮୬ରେ ଏହାକୁ
ନୌସେନାରେ ସାମିଲ କରାଯାଇଥିଲା । ଅସ୍ତ୍ରଶସ୍ତ୍ର ଓ ସେନସର ସହ ସଜ୍ୱିତ ଥିବା ଆଇଏନଏସ ରଣବୀର ୩୦ ଅଧିକାରୀ ଓ ୩୧୦ ନୌକା ଚାଳକଙ୍କ ଏକ ଦଳ ଦ୍ୱାରା ପରିଚାଳିତ ହୁଏ । ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡରୁ ଆଇଏନଏସ ରଣବୀରକୁ କ୍ରସ କୋଷ୍ଟ ଅପରେସନାଲରେ ନିୟୋଜିତ କରାଯାଇଥିଲା । ଖୁବ ଶୀଘ୍ର ଏହା ନିଜର ବେସକୁ ଫେରିଥାନ୍ତା । ତା ପୂର୍ବରୁ ଏହି ଅଘଟଣ ଘଟିଛି ।

Leave A Reply

Your email address will not be published.