ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆଇଏନଏସ ରଣବୀର, ବିସ୍ଫୋରଣର ଯାଞ୍ଚ ପାଇଁ ନିର୍ଦ୍ଦେଶ

0

ମୁମ୍ବାଇର ନୌସେନା ଡକ୍‌ୟାର୍ଡ ଭିତରେ ଥିବା ଆଇଏନଏସ ରଣବୀରରେ ବିସ୍ଫୋରଣ ।ବିସ୍ଫୋରଣରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ କିଛି ଜଣ ଆହତ ହୋଇଛନ୍ତି । ଭାରତୀୟ ନୌସେନା ଅଧିକାରୀ ବିସ୍ଫୋରଣ ନେଇ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଆଇଏନଏସ ରଣବୀର ପୂର୍ବାଞ୍ଚଳ କମାଣ୍ଡରେ ମୁତୟନ ଥିଲା । ନିକଟରେ ଏହା ନିଜର ମୂଳ ବେସ -ପଶ୍ଚିମାଞ୍ଚଳ ନୌସେନା କମାଣ୍ଡକୁ ଫେରିଥିଲା । ଏହି ସମୟରେ ଆଇଏନଏସ ରଣବୀରରେ ବିସ୍ଫୋରଣ ହୋଇଛି ।

ନୌସେନା ଅଧିକାରୀ କହିଛନ୍ତି ଯେ, ବିସ୍ଫୋରଣ କ୍ରୁ ସଦସ୍ୟଙ୍କ ପଦକ୍ଷେପ ଯୋଗୁ ତୁରନ୍ତ ନିଆଁକୁ ନିୟନ୍ତ୍ରଣକୁ କରାଯାଇଥିଲା । ତେବେ ଏଯାଏ ଏହି ବିସ୍ଫୋରଣରେ କୌଣସି ବଡ଼ ଧରଣର କ୍ଷତି ହୋଇଥିବା ସୂଚନା ମିଳିନାହିଁ । ତେବେ ଆଇଏନଏସ ରଣବୀରରେ ବିସ୍ଫୋରଣ କେମିତ ହେଲା, ତାହାର ତଦନ୍ତ ପାଇଁ ବୋର୍ଡ ଅଫ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଇଏନଏସ ରଣବୀର ଭାରତୀୟ ନୌସେନାର ରାଜପୁତ ଶ୍ରେଣୀର ୫ ବିଧ୍ୱଂସକାରୀ ଜାହାଜ ମଧ୍ୟରୁ ହେଉଛି ଚତୃର୍ଥ ଜାହାଜ ।୧୯୮୬ରେ ଏହାକୁ
ନୌସେନାରେ ସାମିଲ କରାଯାଇଥିଲା । ଅସ୍ତ୍ରଶସ୍ତ୍ର ଓ ସେନସର ସହ ସଜ୍ୱିତ ଥିବା ଆଇଏନଏସ ରଣବୀର ୩୦ ଅଧିକାରୀ ଓ ୩୧୦ ନୌକା ଚାଳକଙ୍କ ଏକ ଦଳ ଦ୍ୱାରା ପରିଚାଳିତ ହୁଏ । ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡରୁ ଆଇଏନଏସ ରଣବୀରକୁ କ୍ରସ କୋଷ୍ଟ ଅପରେସନାଲରେ ନିୟୋଜିତ କରାଯାଇଥିଲା । ଖୁବ ଶୀଘ୍ର ଏହା ନିଜର ବେସକୁ ଫେରିଥାନ୍ତା । ତା ପୂର୍ବରୁ ଏହି ଅଘଟଣ ଘଟିଛି ।

Leave A Reply

Your email address will not be published.