ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ରାଜ୍ୟରେ ଉପରମୁହାଁ ସଂକ୍ରମଣ, ଖୋର୍ଦ୍ଧାରେ ପାଖାପାଖି ୫ ହଜାର

0

ଦେଶର କିଛି ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କମୁଥିଲେ ମଧ୍ୟ ରାଜ୍ୟରେ କିନ୍ତୁ ଉପରମୁହାଁ ରହିଛି । ରାଜ୍ୟରେ ଆଜି ବି କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଉପରେ ରହିଛି । ଲଗାତର ୧୧ ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା ରହୁଥିବା ବେଳେ ଚିନ୍ତା ବଢାଇଛି ଖୋର୍ଦ୍ଧା । ଖୋର୍ଦ୍ଧାରେ କରୋନା ଦ୍ରୁତ ଗତିରେ ମାଡୁଥିବା ବେଳେ ଏବେ ୫ ହଜାରମୁହାଁ ହୋଇଛି ସଂକ୍ରମିତଙ୍କ ସଂଖ୍ୟା ।

୨୪ ଘଣ୍ଟା ରେ ୬୯ ହଜାର ୫୦୨ ନମୂନା ପରୀକ୍ଷା ହୋଇଥିବା ବେଳେ ୧୧ ହଜାର ୬୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟର ୦ରୁ ୧୮ ବର୍ଷ ମଧ୍ୟରେ ୯୯୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ କେବଳ ୪ ହଜାର ୩୪୭ ପଜିଟିଭ ମାମଲା ଆସିଛି । ତା ପଛକୁ ରହିଛି ସୁନ୍ଦରଗଡ । ସୁନ୍ଦରଗଡରୁ ମଧ୍ୟ୧୨ ଶହ ୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୮୯୮, ସମ୍ବଲପୁରରୁ ୩୯୦, ବାଲେଶ୍ୱରରୁ ୩୦୫, ଯାଜପୁରରୁ ୨୩୧, ରାୟଗଡ଼ାରୁ ୨୨୯, ବଲାଙ୍ଗୀରରୁ ୨୨୯, ଝାରସୁଗୁଡାରୁ ୨୧୯, ନୟାଗଡରୁ ୨୦୬, ଅନୁଗୁଳରୁ ୧୮୫, ମୟୂରଭଞ୍ଜରୁ ୧୭୪ ମାମଲା ଆସିଛି । ମୋଟ ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୧୧ ଲକ୍ଷ ୬୭ ହଜାର ୯୪ରେ ପହଞ୍ଚିଛି। ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୮୪ ହଜାର ୭୭୦

ଓମିକ୍ରନ ଯୋଗୁଁ ସଂକ୍ରମଣ ଅଧିକ ବ୍ୟାପିବାରେ ଲାଗିଛି । ତେବେ ବିଶେଷଜ୍ଞଙ୍କ ଅନୁସାରେ ଜାନୁଆରି ମାସ ଶେଷ କିମ୍ବା ଫେବୃଆରି ପ୍ରଥମ ସପ୍ତାହରେ ସଂକ୍ରମଣ ଶୀର୍ଷକୁ ଛୁଇଁପାରେ ।

Leave A Reply

Your email address will not be published.