ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ସୁସ୍ଥ ଅଛନ୍ତି ସ୍ୱର ସାମ୍ରାଜ୍ଞୀ, ତଥାପି ଗୁଜବ

0

ନୂଆଦିଲ୍ଲୀ: ସଙ୍ଗୀତ ସାମ୍ରାଜ୍ଞୀ ଲତା ମଙ୍ଗସେକରଙ୍କୁ ନେଇ ବି ଗୁଜବ କରିବାକୁ କେହି ପଛାଉନାହାନ୍ତି। ଲତା ଏବେ ଆଇସିୟୁରେ ଥିବା ବେଳେ ତାଙ୍କୁ ନେଇ ଅନେକ ଗୁଜବ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଏହାକୁ ନେଇ ତାଙ୍କ ଫ୍ୟାନମାନେ କେବଳ ଭାଙ୍ଗି ପଡ଼ିଛନ୍ତି ତା ନୁହେଁ, କେନ୍ଦ୍ର ସରକାର ମଧ୍ୟ ବିଚଳିତ ହୋଇପଡ଼ିଛନ୍ତି। ନିଜେ ସ୍ମୃତି ଇରାନି ସାମ୍ନାକୁ ଆସି ଏଭଳି ଗୁଜବ ନ କରିବାକୁ ଅନୁରୋଧ କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କର ଆରୋଗ୍ୟ କାମନା କରିବା ଲାଗି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ସେ ଅନୁରୋଧ କରିଛନ୍ତି। ସେପଟେ ଲତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉଥିବା ଡାକ୍ତରୀ ଦଳ ସୂଚନା ଦେଉଛନ୍ତି। ଯଦିଓ ସେ ଏବେବି ଆଇସିୟୁରେ ଅଛନ୍ତି, ଅପରାହ୍ନରେ ତାଙ୍କ ଠାରେ କିଛି ଉନ୍ନତି ଲକ୍ଷଣ ଦେଖାଦେଇଛି।

ଏଠାରେ ସ୍ମରଣଯୋଗ୍ୟ, ଲତା ଅସୁସ୍ଥ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ଜାନୁଆରୀ ୮ ତାରିଖରେ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ଥିବା
ଜଣାପଡିଥିଲା । ବୟସ ଅଧିକ କାରଣରୁ ପଜିଟିଭ ଚିହ୍ନଟ ପରେ ତାଙ୍କୁ ତୁରନ୍ତ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ସହ ନିମୋନିଆ ମଧ୍ୟ ହୋଇଯାଇଥିଲା ।ଆଇସିୟୁରେ ତାଙ୍କ ସ୍ୱତନ୍ତ୍ର ଚିକିତ୍ସା ଚାଲିଥିବା ବେଳେ ଡାକ୍ତରୀ ଦଳ ତାଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି ।

Leave A Reply

Your email address will not be published.