ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବାପା ହେଲେ ଯୁବରାଜ

0

ପୂର୍ବତନ ଭାରତୀୟ ଷ୍ଟାର କ୍ରିକେଟର ଯୁବରାଜ ସିଂ ବାପା ହୋଇଛନ୍ତି ।ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ମଙ୍ଗଳବାର ପତ୍ନୀ ହେଜେଲ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି ଯୁବରାଜ।

ଯୁବରାଜ ଲେଖିଛନ୍ତି ଯେ, ମୋର ସମସ୍ତ ସଂପର୍କୀୟ ଓ ସାଙ୍ଗସାଥୀଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ସେୟାର କରୁଛି । ଭଗବାନଙ୍କ ଆଶୀର୍ବାଦରୁ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଏଥିପାଇଁ ସେ ଭଗବାନଙ୍କୁ ଧନ୍ୟବାଦ ଜଣାଉଛନ୍ତି । ଏପରିକି ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ଜୁନିୟରକୁ ଏମିତି ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି ।

ନଭେମ୍ବର ୧୨, ୨୦୧୫ରେ ଯୁବରାଜ ଓ ହେଜେଲଙ୍କ ନିର୍ବନ୍ଧ ହୋଇଥିଲା । ଏହା ପରେ ୨୦୧୬ ନଭେମ୍ବର ୩୦ରେ ଯୁବରାଜ ଓ ହାଜେଲ ବିବାହ କରିଥିଲେ । ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଭାବେ ଯୁବରାଜ ଜଣାଶୁଣା ଥିବା ବେଳେ ହେଜେଲ କିଚ୍ ବିଜ୍ଞାପନ ଦୁନିଆରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସଲମାନଙ୍କ ଅଭିନୀତ ଫିଲ୍ମ ବଡିଗାର୍ଡରେ ମଧ୍ୟ ହେଜେଲଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ହେଜେଲ ବହୁ ତେଲଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ଯୁବରାଜ ।

Leave A Reply

Your email address will not be published.