ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

କନିକା ରାଜପରିବାରରେ ହତ୍ୟାକାଣ୍ଡ..ମା’କୁ ମାରିଲା ପୁଅ..

0

ମାଆକୁ ମାରିଲା ପୁଅ । କନିକା ରାଜପରିବାରରେ ବୀଭତ୍ସ ହତ୍ୟାକାଣ୍ଡ । କଟକ କନିକା ଛକ ସ୍ଥିତ ଶ୍ରୀବିହାର କଲୋନୀରେ ରହୁଥିବା କନିକା ରାଜାଙ୍କ ନାତୁଣୀବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ ହତ୍ୟା କରିଛି ତାଙ୍କ ପୁଅ । ୭୫ ବର୍ଷୀୟା ମାଆଙ୍କୁ ହତ୍ୟା କରିଛି ପୁଅ ଗୋପାଳ ଭଞ୍ଜଦେଓ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ , ଗୋପାଳ ମାନସିକ ଅବସ୍ଥା ଠିକ ନଥିଲା । ଏବଂ ଅଧିକାଂଶ ସମୟରେ ମାଆଙ୍କ ସହ ଝଗଡା କରୁଥିଲା । ଆଜି ବି ସକାଳୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଫଳରେ ଉତ୍ୟକ୍ତ ହୋଇ ଗୋପାଳ ମଆଙ୍କୁ ହାଣି ହତ୍ୟା କରିଥିଲା ।

ତେବେ ପ୍ରାଥମିକ ତଦନ୍ତରୁ ପାରିବାରିକ ଝଗଡାରୁ ହତ୍ୟା ହୋଇଥିବା କଟକ ଡିସିପି ପ୍ରତୀକ ସିଂ କହିଛନ୍ତି । ପରେଶ କୁମାରୀଙ୍କ ଝିଅ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ଆସି ପହଁଞ୍ଚିଛି। ମାଆକୁ ହତ୍ୟାକରି ଗୋପଳ ଫେରାର ହୋଇଯାଉଥିବା ବେଳେ ତାକୁ କାବୁ କରିଛି ପୁଲିସ । ପୁଲିସ ଅଟକ ରଖି ହତ୍ୟାକାରୀ ପୁଅକୁ ପଚରାଉଚରା କରୁଥିବା ବେଳେ ମୃତଦେହକୁ ଜବତ ରଖି ଶବ ବ୍ୟବଚ୍ଛେଦ ପାଇଁ କଟକ ଏସସିବିକୁ ପଠାଯାଇଛି ।

Leave A Reply

Your email address will not be published.