ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର

ବାପା ହେଲେ ଯୁବରାଜ

0

ପୂର୍ବତନ ଭାରତୀୟ ଷ୍ଟାର କ୍ରିକେଟର ଯୁବରାଜ ସିଂ ବାପା ହୋଇଛନ୍ତି ।ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ମଙ୍ଗଳବାର ପତ୍ନୀ ହେଜେଲ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି ଯୁବରାଜ।

ଯୁବରାଜ ଲେଖିଛନ୍ତି ଯେ, ମୋର ସମସ୍ତ ସଂପର୍କୀୟ ଓ ସାଙ୍ଗସାଥୀଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ସେୟାର କରୁଛି । ଭଗବାନଙ୍କ ଆଶୀର୍ବାଦରୁ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଏଥିପାଇଁ ସେ ଭଗବାନଙ୍କୁ ଧନ୍ୟବାଦ ଜଣାଉଛନ୍ତି । ଏପରିକି ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ଜୁନିୟରକୁ ଏମିତି ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି ।

ନଭେମ୍ବର ୧୨, ୨୦୧୫ରେ ଯୁବରାଜ ଓ ହେଜେଲଙ୍କ ନିର୍ବନ୍ଧ ହୋଇଥିଲା । ଏହା ପରେ ୨୦୧୬ ନଭେମ୍ବର ୩୦ରେ ଯୁବରାଜ ଓ ହାଜେଲ ବିବାହ କରିଥିଲେ । ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଭାବେ ଯୁବରାଜ ଜଣାଶୁଣା ଥିବା ବେଳେ ହେଜେଲ କିଚ୍ ବିଜ୍ଞାପନ ଦୁନିଆରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସଲମାନଙ୍କ ଅଭିନୀତ ଫିଲ୍ମ ବଡିଗାର୍ଡରେ ମଧ୍ୟ ହେଜେଲଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ହେଜେଲ ବହୁ ତେଲଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ଯୁବରାଜ ।

Leave A Reply

Your email address will not be published.