ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଦେଶ ଓ ରାଜ୍ୟରେ ପୁଣି ବଢିଲା ସଂକ୍ରମଣ

0

ଆଜି ଦେଶ ଓ ରାଜ୍ୟରେ ପୁଣି ବଢିଛି ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରାଜ୍ୟରେ ୫ ହଜାରକୁ ସଂକ୍ରମଣ ଖସିଯାଇଥିବା ବେଳେ ଆଜି ପୁଣି ୭ ହଜାରକୁ ବୃଦ୍ଧି ପାଇଛି । ମୃତ୍ୟୁସଂଖ୍ୟା ମଧ୍ୟ ବଢିଛି ରାଜ୍ୟରେ । ଦେଶରେ ବି ମଙ୍ଗଳବାର ଅପେକ୍ଷା ବୁଧବାର ନୂଆ ମାମଲା ଅଧିକ ଆସିଛି ।

ଗତ ୨୪ ଘଣ୍ଟା ରେ ରାଜ୍ୟରେ ୭ ହଜାର ୨୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୩୦୬ ଜଣ ଥିବା ବେଳେ ସ୍ଥାନୀୟ ଅ ଳରୁ ୩୧୨୦ ଜଣ ଚିହ୍‌ଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୮୫୭ ଜଣ ପଜିଟିଭ ଅଛନ୍ତି ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୫୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪୯୬,ସୁନ୍ଦରଗଡରୁ ୭୭୮, ସମ୍ବଲପୁରରୁ ୧୬୦, କଟକରୁ ୫୪୮,ସୋନପୁରରୁ ୨୧୨ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨୫ ହଜାର ୨୬୮ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟା ରେ ୧୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସୁନ୍ଦରଗଡ ଓ ଖୋର୍ଦ୍ଧାରୁ ୪ ଜଣ ଲେଖାଁଏ,ଅନୁଗୁଳ ଓ କନ୍ଧମାଳରୁ ଜଣେ ଲେଖାଁଏ କରୋନାରେ ଆଖିବୁଜିଛନ୍ତି ।

ସେପଟେ ଦେଶରେ ୨୪ ଘଣ୍ଟା ରେ ୨ ଲକ୍ଷ ୮୫ ହଜାର ୯୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଗତକାଲି ତୁଳନାରେ ପାଖାପାଖି ୩୦ ହଜାର ନୂଆ ମାମଲା ସାମନାକୁ ଆସିଛି । ମଙ୍ଗଳବାର ୨ ଲକ୍ଷ ୫୫ ହଜାର ୮୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଦୈିନିକ ସଂକ୍ରମଣ ହାର ରହିଛି ୧୬.୧୬ ପ୍ରତିଶତ । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ପାର୍‌ କରିଛି । ୨୪ ଘଣ୍ଟା ରେ ୬୬୫ ଜଣ କରୋନାଙ୍କର ମୃତ୍ୟୁ ହୋଇଛି । ଗତକାଲି ୬୧୪ ଜଣଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.