ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ

0

ଭୁବନେଶ୍ବର: ଆଜି ସାରା ଦେଶ ପାଳୁଛି ୭୩ ତମ ଗଣତନ୍ତ୍ର ଦିବସ। କୋଭିଡ କଟକଣା ଭିତରେ ରାଜଧାନୀ ଗାନ୍ଧୀମାର୍ଗରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପ୍ୟାରେଡରେ କୋଭିଡ କଟକଣାକୁ ଗୁରୁତ୍ୱ ଦିଆଯାଇଛି। ପୁଲିସ ବ୍ୟାଣ୍ଡକୁ ମିଶାଇ ମୋଟ ୧୦ଟି କଣ୍ଟିଜେଣ୍ଟ ପ୍ୟାରେଡ଼ରେ ଭାଗ ନେଇଥିଲେ। ବିଏସଏଫ ଯବାନ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ। ବିଏସଏଫ,ସିଆରପିଏଫ, ଏସଓଜି,ଓଏସଏଏପି, ଓଡ୍ରାଫ,ଫାୟାର, ଏସଏସବି ଓ ୩ଟି ବ୍ୟାସବ୍ୟାଣ୍ଡ ପରେଡରେ ଯୋଗଦେଇଥିଲେ।

ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ୨୫ ପ୍ଲାଟୁନ ଫୋର୍ସ ସହ ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ଗାନ୍ଧୀମାର୍ଗକୁ ସଂଯୋଗ କରିଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଥିଲା। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସାଧାରଣ ଲୋକଙ୍କୁ ପରେଡ ଦେଖିବାକୁ ବାରଣ କରାଯାଇଥିଲା। ସେହିପରି ପରେଡରେ ଭାଗ ନେଇଥିବା ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା।

ରାଜ୍ୟରେ କୋଭିଡ କଟକଣାରେ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଗାଇଡଲାଇନ ଜାରି ହୋଇଥିଲା। ବ୍ୟକ୍ତିଗତ ଘରେ ପତାକା ଉତ୍ତୋଳନ ସମୟରେ ୫ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ। ସେହିପରି ଶିକ୍ଷାନୁଷ୍ଠାନ,, କ୍ଲବ, ଓ ଅନୁଷ୍ଠାନରେ ୧୦ରୁ ଅଧିକ ଲୋକଙ୍କୁ ଉପସ୍ଥିତ ରହିବାକୁ ମନା କରାଯାଇଥିଲା।

Leave A Reply

Your email address will not be published.