ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଖସୁଛି କରୋନା ଗ୍ରାଫ୍‌

0

ରାଜ୍ୟ ଓ ଦେଶ ପାଇଁ ଭଲ ଖବର । ତଳମୁହାଁ କରୋନା ମିଟର । ଧୀରେ ଧୀରେ କମୁଛି ଦୈନିକ ସଂକ୍ରମଣ । ରାଜ୍ୟରେ ୩ ହଜାରକୁ ଖସିଥିବା ବେଳେ ଦେଶରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି । ଯାହା ସାମାନ୍ୟ ଆଶ୍ୱସ୍ତି ଆଣିଛି । ସଂକ୍ରମଣ ଶୀର୍ଷ ଛୁଇଁ ତଳକୁ ଖସୁଥିବା ଅନୁମାନ କରାଯାଉଛି । ସଂକ୍ରମଣ ସାମାନ୍ୟ କମୁଥିବାରୁ ବିଭିନ୍ନ ରାଜ୍ୟରେ କୋଭିଡ ଗାଇଡଲାଇନ ମଧ୍ୟ କୋହଳ କରାଯାଇଛି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୭୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୨ ଶହ ୮୯ ଜଣ ଅଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୪୫୪ ଜଣ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୨୫,ଯାଜପୁରରୁ ୧୪୯,ନୟାଗଡ଼ରୁ ୧୧୦,ସୁନ୍ଦରଗଡ଼ରୁ ୨୧୬,ନୂଆପଡ଼ାରୁ୧୦୬,ମୟୂରଭଞ୍ଜରୁ ୧୦୯ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୨ ହଜାର ୩୨୬କୁ ବୃଦ୍ଧି ପାଇଛି । ସକ୍ରିୟ
ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୨ ହଜାର ୮୯ ଜଣ ।

ସେପଟେ ଦେଶରେ ମଧ୍ୟ ୨ଲକ୍ଷ ତଳକୁ ଖସିଛି ସଂକ୍ରମଣ । କିନ୍ତୁମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟାରେ ଦେଶରେ ଲକ୍ଷେ ୬୭ ହଜାର ୫୯ ନୂଆ ମାମଲା ଆସିଛି ସୋମବାର ୨ ଲକ୍ଷ ୯ ହଜାର ୯୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ହୋଇଛି । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୧୧.୬୯ ପ୍ରତିଶତ । ଦିନକରେ ଦେଶରେ ୧୧ ଶହ ୯୨ ଜଣଙ୍କ କରୋନାରେ ଜୀବନ ଯାଇଛି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୧୭ ଲକ୍ଷ ୪୩ ହଜାର ୫୯ ରହିଛି ।

Leave A Reply

Your email address will not be published.