ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ବଜେଟ ଆଣିଲା ସେୟାର ବଜାର ପାଇଁ ଶୁଭ ଖବର

0

ବଜେଟ ଆଣିଲା ସେୟାର ବଜାର ପାଇଁ ଶୁଭ ସଙ୍କେତ । ବଜେଟ ଉପସ୍ଥାପନ ହେବାର ଗୋଟିଏ ଦିନ ପରେ ମଧ୍ୟ ସେୟାର ମାର୍କେଟରେ ଭଲ ଆରମ୍ଭ ହୋଇଛି । ବିଏସଇ ସେନସେକ୍ସ ଓ ଏନଏସଇ ନିଫ୍ଟି ଗୋଟିଏ ଦିନ ପୂର୍ବରୁ ହିଁ ବୃଦ୍ଧି ପାଇଛି । ସେନସେକ୍ସ କାରବାର ଆରମ୍ଭରୁ ୫୦୦ ପଏ ଉପରକୁ ଉଠିଛି ।
ସକାଳ ସାଢେ ୯ଟାରେ ସେନସେକ୍ସ ୫୦୦ ପଏଂଟରୁ ବଢି ୫୯,୪୦୦ ମାର୍କରେ ରହିଥିଲା । ଏନଏସଇ ନିଫ୍ଟି ମଧ୍ୟ ୧୫୦ରୁ ଅଧିକ ପଏଂଟ ହାସଲ କରି ୧୭,୭୦୦ ମାର୍କ ଅତିକ୍ରମ କରିସାରିଛି ।

ଏହା ପୂର୍ବରୁ ମଙ୍ଗଳବାର ବଜେଟ ଦିନ ସେୟାର ମାର୍କେଟରେ ବହୁ ତଳ ଉପର ଦେଖିବାକୁ ମିଳିଥିଲା । ବଜେଟ ଅଭିଭାଷଣ ପୂର୍ବରୁ ବଜାର ୧.୫୦ ପ୍ରତିଶତରୁ ଅଧିକ ଲାଭରେ ଗତି କରୁଥିଲା । ପରେ ଏହା ଏକ ସମୟରେ ପ୍ରାୟ ୦.୫୦ ପ୍ରତିଶତକୁ ହ୍ରାସ ପାଇଥିଲା । ବିଏସଇ ସେନସେକ୍ସ ବଜେଟ ଭାଷଣ ମଧ୍ୟରେ ଏକ ସମୟରେ ପାଖାପାଖି ହଜାରେ ଉପରକୁ ବୃଦ୍ଧି ପାଇଥିଲା ।

ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ ଶେଷ ହେବା ପରେ ସେୟାର ବଜାର ଉପରମୁହାଁ ଥିବା ବେଳେ ପରେ ଏହା ଧିମେଇଥିବା ଦେଖିବାକୁ ମିଳିଥିଲା । ବଜେଟ ଆଗତ ପରେ ପ୍ରାଥମିକ ପର୍ଯ୍ୟାୟରେ ସେନସେକ୍ସ ଓ ନିଫ୍ଟିରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଥିଲା ।ହେଲେ ପରେ ଏହା ଗତି ଧିମା ପଡିଯାଇଥିବା ଦେଖିବାକୁ ମିଳିଥିଲା । ସାଧାରଣ ବଜେଟ ୨୦୨୨- ୨୩ରେ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ,କ୍ୟାପିଟାଲ ଗୁଡ୍ସ ଓ ଇନଫ୍ରାଷ୍ଟ୍ରକଚର ଉପର ଗୁରୁତ୍ୱ ଦେଇଛନ୍ତି ।ଯାହାକୁ ନେଇ ସେୟାର ବଜାରରେ ମେଟାଲ, ଆଇଟି, ଏଫଏମସିଜି, ଓ କ୍ୟାପିଟାଲ ଗୁଡ୍ସ କମ୍ପାନୀ ଗୁଡିକର ସେୟାରରେ ଅଭିବୃଦ୍ଧି ଦେଖିବାକୁ ମିଳିଛି ।

Leave A Reply

Your email address will not be published.