ଆଇପିଏଲ ନିଲାମ ବେଳେ ଅଘଟଣ । ନିଲାମ ଚାଲିଥିବା ବେଳେ ହଠାତ ଟଳିପଡିଲେ ଅକ୍ସନର । ନିଲାମ କରୁଥିବା ଅକ୍ସନର ହଗ୍ ଏଡମୀଡସ୍ ହଠାତ ବେହୋସ ହୋଇପଡିଥିଲେ । ଯେଉଁ କାରଣରୁ ନିଲାମକୁ ସ୍ଥଗିତ ରଖାଯାଇଛି । ଶ୍ରୀଲଙ୍କାର ସ୍ପିନ ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗାଙ୍କୁ ନିଲାମ ପାଇଁ ଡାକ ଚାଲିଥିଲା । ହସରଙ୍ଗାଙ୍କ ପାଇଁ ୧୦ କୋଟିରୁ ଅଧିକ ଟଙ୍କା ଡାକ ଚାଲିଥିବା ବେଳେ ସେହି ସମୟରେ ଷ୍ଟେଜ ଉପରେ ଥିବା ଅକ୍ସନର ହଗ୍ ଏଡମୀଡସ୍ବେ ବେହୋସ ହୋଇ ଷ୍ଟେଜ ତଳକୁ ଖସିପଡିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବିସିସିଆଇ ମେଡିକାଲ ଟିମ ପକ୍ଷରୁ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦିଆଯାଇଥିଲା । ତେବେ ଏବେ ତାଙ୍କ ସ୍ୱାସ୍ଥ୍ୟ ଥିବା ସ୍ଥିର ଥିବା ଜଣାପଡିଛି । ତେବେ ଏବେ ନିଲାମ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିବା ବେଳେ ପୁଣି ଥରେ ଆରମ୍ଭ ହେବ କି ନାହଁ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ ।
ପ୍ରମୁଖ ଖବର
ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍ ୩.୦’
ଟ୍ରକ୍ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ