ପ୍ରମୁଖ ଖବର

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଖସୁଛି ସଂକ୍ରମଣ, ଆଣୁଛି ଆଶ୍ୱସ୍ତି

0


ଦେଶରେ ୫୦ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ରେ ୪୪ ହଜାର ୮୭୭ ନୂଆ ମାମଲା ସାମନାକୁ ଆସିଛି । ଗତକାଲି ୫୦ ହଜାର ୪୦୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦୈନିକ ସଂକ୍ରମଣ ହାର ରହିଛି ୩.୧୭ ପ୍ରତିଶତ । ସେହିପରି ଦିନକରେ ୬୮୪ ଜଣ କରୋନାରେ ଆଖି ବୁଜିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ, ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଖସି ୫ଲକ୍ଷ ୩୭ ହଜାର ୪୫ ହୋଇଛି । ସେହିପରି କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ୬୬୫ରେ ପହଞ୍ଚିଛି । ଏବେ ଯାଏ ୪ କୋଟି ୧୫ ଲକ୍ଷ ୮୫ ହଜାର ୭୧୧ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି ।

ସେହିପରି ରାଜ୍ୟରେ ମଧ୍ୟ ତଳମୁହାଁ ରହିଛି କରୋନା ଗ୍ରାଫ । ଗତ ୨୪ ଘ ।ରେ ୧୧୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬୬୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବା ବେଳେ ୪୭୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ ୨୪୪ ଜଣ ଆକ୍ରାନ୍ତ ଅଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୭,୨୬୨କୁ ବୃଦ୍ଧି ପାଇଛି । ରାଜ୍ୟରେ ଦିନକରେ ୨୨ ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ୮ ଜଣ ରହିଥିବା ବେଳେ ସୁନ୍ଦରଗଡରୁ ୪ ଜଣ, ଗଞ୍ଜାମରୁ ୩ ଜଣ ରହିଛନ୍ତି । ସେହିପରି ନବରଙ୍ଗପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳରୁ ଜଣେ ଲେଖାଁଏ ରହିଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ରାଜ୍ୟରେ ୮,୮୮୪ରେ ପହଞ୍ଚିଛି ।

Leave A Reply

Your email address will not be published.