ପ୍ରମୁଖ ଖବର

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଫେକ୍ ଭୋଟର ସାବଧାନ

0

ଫେକ ଭୋଟର ସାବଧାନ। କେହି ଯଦି ମତଦାନ ବେଳେ ଫେକ ଭୋଟର ବୋଲି ଜଣାପଡିନ୍ତି । ତେବେ ତୁରନ୍ତ ତାଙ୍କୁ ପୁଲିସର ଜିମା ଦିଆଯିବ । ଏଭଳି ସତର୍କବାଣୀ ଶୁଣାଇଛନ୍ତି ରାଜ୍ୟ ନିର୍ବାଚନ କମିସନ । ଆସନ୍ତା ୨ ଦିନ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ପଡିବ । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ କମିସନ କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଭୋଟରଙ୍କ ନାଁ ଭୋଟର ଲିଷ୍ଟରେ ଥିବା ଆବଶ୍ୟକ । ଏବଂ ତାଙ୍କ ପରିଚୟ ପତ୍ର ମଧ୍ୟ ଠିକ ଥିବା ଦରକାର । ପରିଚୟ ଉପରେ ଆପତ୍ତି ହେଲେ ଭୋଟରଙ୍କ ଉପରେ ଏଜେ ଚ୍ୟାଲେଞ୍ଜ କରିପାରିବେ । ୨ ଟଙ୍କା ଦେଇ ଭୋଟରଙ୍କ ପରିଚୟକୁ ଚ୍ୟାଲେଞ୍ଜ କରିପାରିବେ ଏଜେ । ଏହା ସହ ପ୍ରିଜାଇଡିଂ ଅଫିସର ମଧ୍ୟ ସ୍ପଟ ଉପରେ ଯାଂଚ କରିପାରିବେ । ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ଭୋଟରଙ୍କୁ ପୁଲିସ ନିକଟରେ ଜିମା ଦିଆଯିବ । ପୁଲିଂ ଏଜେ ଦେଇଥିବା ଦୁଇ ଟଙ୍କା ଫିକୁ ଫେରାଇ ଦିଆଯିବ । ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ ।

ସେହିପରି ଜଣକ ସ୍ଥାନରେ ଅନ୍ୟ ଜଣେ ଭୋଟ ଦେଲେ ତାକୁ କାଉ କରାଯିବନି। ସେହି କ୍ଷେତ୍ରରେ ସେହି ବ୍ୟକ୍ତିଙ୍କୁ ଟ୍ରେଣ୍ଡ ପାଇଁ ଅନୁମତି ମିଳିବ। ଅନ୍ୟପଟେ ଭୋଟ ଦେଇଥିବା ସେହି ବାଲାଟ ପେପରକୁ ଅଲଗା ରଖାଯିବ ବୋଲି ନିର୍ବାଚନ କମିସନ କହିଛନ୍ତି ।

Leave A Reply

Your email address will not be published.