ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

0

ଢେଙ୍କାନାଳରେ ଆଜିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । କୋଭିଡ କଟକଣାରେ ଦୁଇ ଦିନ ଧରି ଚାଲିବାକୁ ଥିବା ମେଳା ପାଇଁ ଦେଶ କୋଣ ଅନୁକୋଣରୁ ଶହ ଶହ ମହିମା ସାଧୁଙ୍କ ସମାଗମ ହୋଇଛିା ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ଏହି ମେଳା ଆରମ୍ଭ ହୋଇଥାଏ । ତେବେ ଚଳିତ ଥର କୋଭିଡ କଟକଣା ଲାଗୁ ହୋଇଥିବାରୁ କେବଳ ମହିମା ସାଧୁ ସନ୍ଥ ଓ ମହିମା ଧର୍ମାବଲମ୍ବୀ ମାନଙ୍କ ମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ମିଳିଛି ।କରୋନା ଟିକାର ୨ଟି ଡୋଜ ନେଇଥିବା ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯାଇଛି । ଆଜି ୧୨ଟା ୩୦ରେ ମଧ୍ୟାନ୍ନ ନୀତି କରାଯିବ । ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ନୀତି ଆରମ୍ଭ ହୋଇ ୫ଟା ୧୫ ସୁଦ୍ଧା ଶେଷ କରାଯିବ । ଆଉ ସେହି ସମୟରେ ପୁରା ବିଶ୍ୱରୁ ଅଜ୍ଞାନ ଅନ୍ଧକାର ଦୂର କରିବା ଓ ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିରର ଚାରି ଦ୍ୱାରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ଝାଡବତୀ ପ୍ରଜ୍ୱଳନ କରିବାର କାର୍ଯ୍ୟକ୍ରମ ରହିଛି ।

ବହୁ ଲୋକଙ୍କ ସମାଗମ ହେଉଥିବାରୁ ଶାନ୍ତିଶୃଙ୍ଖଳାର ସହ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଛନ୍ତି । ସେହିପରି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । କୌଣସି ବାହାର ଅଞ୍ଚଳର ଉଠାଦୋକାନୀ ତଥା ବ୍ୟବସାୟୀ ଦୋକାନ ଖୋଲିବା ଉପରେ କଟକଣା ଜାରି ରହିଛି । ଏହି ମେଳା ପ୍ରତିବର୍ଷ ମାଘମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଦିନରେ ଅନୁଷ୍ଠିତ ହୁଏ । ଏହାର ପାଞ୍ଚ ଦିନ ପୂର୍ବରୁ ଅର୍ଥାତ ଦଶମୀ ତିଥିରୁ ମହିମା ଗାଦିରେ ସନ୍ୟାସୀଙ୍କର ସମାବେଶ ହୁଏ ।

Leave A Reply

Your email address will not be published.