ଆଜି ଦ୍ୱିତୀୟ ପର୍ଯ୍ୟାୟ ପ ।ୟତ ନିର୍ବାଚନ ଚାଲିଥିବା ବେଳେ ଜଗତସିଂହପୁର ଏକ ମତଦାନ କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ଆଳିପିଙ୍ଗଳ ପଟଶରାରେ କିଛି ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇନେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପଟଶରା ୧ ନମ୍ବର ୨ ନମ୍ବର ବୁ୍ଥରେ ଉତ୍ତେଜନା ଦେଖାଦେଇଛି । ଫଳରେ ଏହି ବୁଥରେ ମତଦାନ ବନ୍ଦ ରହିଛି । ସେହିପରି ପଲ୍ଲୀ ପ ।ୟତ ହାବେଳି ଗାଁ ନାଥ ସାହିରେ ପୁଲିସ ସାଧାରଣ ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଫଳରେ ପୁଲିସ ଓ ଉକ୍ତ୍ୟକ୍ତ ଲୋକ ଗତକାଲି ରାତିରେ ମୁହାଁମୁହିଁ ହୋଇଛନ୍ତି । ନାଥ ସାହିରେ ଜଣେ ୱାର୍ଡ ମେମ୍ବରଙ୍କ ଘର ସାମନାରେ ଭୋଜି ହେଉଥିଲା । ପୁଲିସ ଭୋଜି ଅଟକାଇବାକୁ ଚେଷ୍ଟା କରିବା ପରେ ଉତ୍ତେଜନା ଦେଖାଦେଇଥିଲା । କିଛି ଯୁବକ ପୁଲିସ ଗାଡି ଉପରକୁ ଆକ୍ରମଣ କରିଥିଲେ । ପୁଲିସ ଗାଡିର କାଚ ଭାଙ୍ଗିଯିବା ସହ ୨ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଗାଁରେ ଚାପା ଉତେଜନା ଲାଗି ରହିଛି ।ସେପଟେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଗାଡି କାଚ କେହି ଭାଙ୍ଗିଥିବା ସୂଚନା ମିଳିଛି ।
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ