ପ୍ରମୁଖ ଖବର

ବାରବାରୀ ଷ୍ଟାଡିୟମକୁ ଏନଜିଟିର ନୋଟିସ
ହରଭଜନ ସିଂଙ୍କ ଘର କାନ୍ଥରେ ଦେଶଦ୍ରୋହୀ ଲେଖିଲେ ଆପ କର୍ମୀ
ଭବାନୀପୁରରେ ଟିଏମସି ସମ୍ପୂର୍ଣ୍ଣ ସଫା ହେବ ହେବ କହିଲେ ଶୁଭେନ୍ଦୁ ଅଧିକାରୀ
ଶାହଙ୍କ ମନ୍ତବ୍ୟକୁ ନେଇ ମମତାଙ୍କ ତୀବ୍ର ପ୍ରତିକ୍ରିୟା, ଆଇନଗତ ମାମଲା ରୁଜୁ ଚେତାବନୀ
ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ

ୟୁକ୍ରେନକୁ ବିମାନ ପଠାଇଲା ଭାରତ, ଶାନ୍ତି ବଜାୟ ରଖିବାକୁ ଭାରତର ଆହ୍ୱାନ

0

ୟୁକ୍ରେନ ଉପରେ ଋଷର ପଦକ୍ଷେପ ଯୁଦ୍ଧ ଆଡକୁ ବଢୁଛି । ଏହାକୁ ନେଇ ଭାରତ ,ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆଜି ସକାଳୁ ୟୁକ୍ରେନ ଅଭିମୁଖେ ଉଡାଣ ଭରିଛି ଏୟାର ଇଣ୍ଡିଆ ବିମାନ । ସପ୍ତାହକ ମଧ୍ୟରେ ୩ଟି ବିମାନରେ ୟୁକ୍ରେନରୁ ଭାରତୀୟ ଫେରିବେ ବୋଲି ସୂଚନା ରହିଛି । ଭାରତୀୟଙ୍କ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ବି-୭୮୭ ପଠାଯାଇଛି । ଏଥିରେ ୨୦୦ ସିଟ ରହିଥାଏ । ଏହା କେବଳ ସ୍ୱତନ୍ତ୍ର ଅପରେସନ ବେଳେ ବ୍ୟବହାର କରାଯାଇଥାଏ । ବନ୍ଦେ ଭାରତ ମିଶନରେ ୩ଟି ବିମାନ ୨୨,୨୪ ଓ ୨୬ରେ ୟୁକ୍ରେନ ଯିବାର ଅଛି । ନୂଆଦିଲ୍ଲୀରୁ ଉଡାଣ ଭରିଥିବା ବିମାନଟି ୟୁକ୍ରେନର ବୋରୟସ୍ପିଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବ ।

ସେପଟେ ୟୁକ୍ରେନ ସଂକଟ ନେଇ ଜାତିସଂଘ ପରିଷଦ ବୈଠକରେ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛି ଭାରତ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଭାରତ କହିଛି । ଏହା ସହ ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଭାରତ ଦାବି କରିଛି । ଭାରତ ପକ୍ଷରୁ ଟି ଏସ ତ୍ରିମୂର୍ତ୍ତୀ କହିଛନ୍ତି, ୨୦ ହଜାରରୁ ଅଧିକ ଭାରତୀୟ ଓ ଛାତ୍ରଛାତ୍ରୀ ୟୁକ୍ରେନରେ ରହିଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷା ପ୍ରାଥମିକତା ଦେବା ଜରୁରୀ । ୟୁକ୍ରେନ-ଋଷ ସୀମାରେ ଅଶାନ୍ତି ଲାଗି ରହିଛି । କ୍ଷେପଣାସ୍ତ୍ର ପରୀକ୍ଷଣ, ସାମରିକ ସମରାଭ୍ୟାସ ଋଷ ଜାରି ରଖିଛି । ୟୁକ୍ରେନ ଉପରେ ଋଷ ଯେକୌଣସି ସମୟରେ ଆକ୍ରମଣ କରିପାରେ ବୋଲି ଆମେରିକା ଦାବି କରିଛି । ଋଷ ଆକ୍ରମଣ କଲେ ଏହାର କଡା ଜବାବ ଦିଆଯିବ ବୋଲି ମଧ୍ୟ ଆମେରିକା ଚେତାବନୀ ଦେଇଛି ।

Leave A Reply

Your email address will not be published.