ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ୟୁକ୍ରେନକୁ ସେନା ପଠାଇଲା ଋଷ, ବଢିଲା ଯୁଦ୍ଧର ଭୟ

0

ମାଡି ଆସିବାରେ ଲାଗିଛି ଯୁଦ୍ଧର ଭୟ । ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ । ୟୁକ୍ରେନରୁ ଦୁଇଟି କ୍ଷେତ୍ରରୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ନେଇ ଘୋଷଣା ପରେ ୟୁକ୍ରେନକୁ ସେନା ପଠାଇଲା ଋଷ । ଦୁଇଟି ଅଞ୍ଚଳ ଡୋନେକ୍ସ ଓ ଲୁହାନ୍ସକୁ ଦେଶର ମାନ୍ୟତା ମିଳିଛି । ଏହି ଦୁଇ ଅଞ୍ଚ ଳକୁ ସେନା ପଠାଇବାକୁ ଆଦେଶ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଋଷ ସେନା ଏହି ଅଞ୍ଚଳକୁ ଯିବେ ଓ ସେଠାରେ କ୍ୟାମ୍ପ କରିବେ । ପୂର୍ବରୁ ଏହି ଦୁଇଟି ଅ ଳରେ ୟୁକ୍ରେନ ସମର୍ଥକ ଓ ବିରୋଧୀ ଉପସ୍ଥିତ ଅଛନ୍ତି । ପୁଟିନଙ୍କ ଏହି ଅଞ୍ଚଳକୁ ସେନା ପଠାଇବାର ନିର୍ଦ୍ଦେଶ ପରେ ଯୁଦ୍ଧ ଆଶଙ୍କା ବଢିଯାଇଛି । ସେପଟେ ୟୁକ୍ରେନର ଦୁଇ ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ପରେ ଏହି ପଦକ୍ଷେପକୁ ବହୁ ଦେଶ ବିରୋଧ କରିଛନ୍ତି । ୟୁକେନ ଋଷର ଏହି ପଦକ୍ଷେପକୁ ନାପସନ୍ଦ କରିଛି।

ୟୁକ୍ରେନ ରାଷ୍ଟ୍ରପତି ଋଷକୁ କଡ଼ା ଜବାବ ଦେଇଛନ୍ତି । କହିଛନ୍ତି, ୟୁକ୍ରେନ ସବୁବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରିଆସିଛି । ହେଲେ କିଭ୍ କେବେ ହେଲେ ନିଜ ଜାଗାକୁ ଋଷ କିମ୍ବା ଅନ୍ୟ କାହାକୁ ଛାଡିବ ନାହିଁ । ଏହାର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ୟୁକ୍ରେନ ପ୍ରସ୍ତୁତ ବୋଲି ସେ କହିଛନ୍ତି । ସେପଟେ ପୁଟିନ ୟୁକ୍ରେନର ଦୁଇ ବିଦ୍ରୋହୀ ଅ ଳକୁ ସ୍ୱାଧୀନତାର ମାନ୍ୟତା ଦେବା ପରେ ଆମେରିକା ପକ୍ଷରୁ ବ୍ୟବସାୟ କଟକଣା ଲଗାଯାଇଛି । ଡୋନେକ୍ସ ଓ ଲୁହାନ୍ସରେ କୌଣସି ପ୍ରକାର ପୁଞ୍ଜିନିବେଶ କିମ୍ବା ବ୍ୟବସାୟ କେହି କରିପାରିବେ ନାହିଁ ବୋଲି ଆମେରିକା କହିଛି । ସବୁ କାମ ଉପରେ ତତ୍କାଳ ଉପରେ ରୋକ ଲଗାଯାଇଛି ।

Leave A Reply

Your email address will not be published.