ପ୍ରମୁଖ ଖବର

ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ବନ୍ଦ

କିଏ କରୁଛି ନିର୍ବାଚନୀ ହିଂସା?

0

ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ହିଂସାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବଜେଡି-ବିଜେପି । ଆଜି ବିଜେଡି ଓ ବିଜେପିର ଏକ ଟିମ୍ ରାଜ୍ୟ ନିର୍ବାଚନ କମିଶନକୁ ଭେଟି ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଉଭୟ ବିଜେଡି ଓ ବିଜେପି ଧାରଣା ଦେଇଛନ୍ତି । ପରାଜୟ ଭୟରେ ବିଜେପି ସାରା ରାଜ୍ୟରେ ହିସାଂକାଣ୍ଡ ଘଟାଉଥିବା ବିଜେଡି ଅଭିଯୋଗ କରିଛି । ଶୋଚନୀୟ ପରାଜୟ ଆଡକୁ ବିଜେପି ମୁହାଁଉଥିବାରୁ ୟୁପି,ବିହାର ଭଳି ଓଡିଶାରେ ମଧ୍ୟ ନିର୍ବାଚନୀ ହିଂସାକାଣ୍ଡ ଘଟାଇବାକୁ ପଛାଉନାହିଁ। ଭଦ୍ରକରେ ବିଜେପିର ଅସଲ ଭଦ୍ରମୁଖା ପଦାରେ ପଡିଛି। ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ବିଜେପି କର୍ମୀ ପିଟି ପିଟି ହତ୍ୟା କରିଛନ୍ତି । ସେହିପରି ନିମାପଡା,ବ୍ରହ୍ମଗିରି, ନୀଳଗିରି ,ଭଦ୍ରକ, ପାଟକୁରା ସମେତ ବିଭିନ୍ନ ଜାଗାରେ ବିଜେପି ପରାଜୟ ଭୟରେ ହିଂସାକୁ ଓହ୍ଲାଇଛି । ବିଜେପିର ଏହି ଗୁଣ୍ଡାଗିରିକୁ ନେଇ ବିଜେଡି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଦଳ ପକ୍ଷରୁ ଧାରଣା ଦିଆଯାଇଥିଲା ।

ସେପଟେ ବିଜେପିର ଏକ ଟିମ ମନମୋହନ ସାମଲଙ୍କ ନେତୃତ୍ୱରେ ରାଜ୍ୟ ନିର୍ବାଚନ କମିଶନ ଅଫିସ ଆଗରେ ପ୍ରତିବାଦ କରିଛି । ବିଜେଡି ବିରୋଧରେ ବୁଥ ରିଗିଂ ଅଭିଯୋଗ ଆଣିବା ସହ ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା, ସରକାରୀ ଅଧିକାରୀଙ୍କ ନିର୍ବାଚନ ପରିଚାଳନା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରସଙ୍ଗ ଉଠାଇଛି ବିଜେପି । ତେବେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଆଜି ଉଭୟ ଦଳ ମଧ୍ୟରେ ଏକ ରାଜନୈତିକ ପ୍ରତିଯୋଗୀତା ଦେଖିବାକୁ ମିଳିଥିଲା । ଉଭୟ ଉଭୟଙ୍କୁ ଦୋଷାରୋପ କରିବା ସହ ନାରାବାଜି କରିଥିଲେ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ।

Leave A Reply

Your email address will not be published.