ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ପୁଟିନଙ୍କ ନାଲି ଆଖି, ୟୁକ୍ରେନ ମାମଲାରେ ହସ୍ତକ୍ଷେପ କଲେ ଛାଡିବୁନି

0

ଆରମ୍ଭ ହୋଇଛି ଋଷ-ୟୁକ୍ରେନ ମହାଯୁଦ୍ଧ। ୟୁକ୍ରେନ ବିରୋଧରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ଆରମ୍ଭ ହୋଇଛି ଆକ୍ରମଣ। ସେପଟେ ଜାତିସଂଘ ବୈଠକରେ ସବୁ ଦେଶର କଥାକୁ ପଛରେ ପକାଇ କଡ଼ା ଚେତାବନୀ ଦେଇଛନ୍ତି ପୁଟିନ। ଯେଉଁ ପାଶ୍ଚାତ ଦେଶ ୟୁକ୍ରେନକୁ ସହଯୋଗ କରିବେ ସେମାନେ ଭୟାବହ ପରିଣତି ଭୋଗ କରିବେ ବୋଲି ପୁଟିନ ଧମକ ଦେଇଛନ୍ତି। ପୁଟିନଙ୍କ ଏହି ଚେତାବନୀ ତୃତୀୟ ବିଶ୍ୱଯୁଦ୍ଧକୁ ଯେପରି ଆହ୍ୱାନ ଦେଇଛି। ଆମେରିକାକୁ ମଧ୍ୟ ସିଧା ଧମକ ଦେଇଛନ୍ତି ପୁଟିନ। ଆମେରିକା ରେଡ ଲାଇନ ପାର କରିଛି। ୟୁକ୍ରେନ ମାମଲାରେ ହସ୍ତକ୍ଷେପ କଲେ ଛାଡିବୁ ନାହିଁ ବୋଲି ପୁଟିନ ଚେତାବନୀ ଦେଇଛନ୍ତି ।

ସେପଟେ ୟୁକ୍ରେନର ୧୩ଟି ସ୍ଥାନରେ ଋଷ ଆକ୍ରମଣ କରିବା ପରେ କଡା ପ୍ରତିକ୍ରିୟା ରଖିଛି ୟୁକ୍ରେନ । ୟୁକ୍ରେନ କହିଛି, ଋଷ ୟୁକ୍ରେନ ଉପରେ ଆକ୍ରମଣ କରିସାରିଛି। ୧୩ଟି ସ୍ଥାନରେ ମିଜାଇଲ ମାଡ଼ ସହ ମାନବ ବୀହିନ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଛି। କିନ୍ତୁ ୟୁକ୍ରେନ ହାର ମାନିବନି। ଋଷକୁ କଡ଼ା ଜବାବ ଦିଆଯିବ। ଏବଂ ଯୁଦ୍ଧରେ ୟୁକ୍ରେନ ଜିତିବ ବୋଲି କହିଛନ୍ତି ଋଷ । ସେପଟେ ଜାତିସଂଘ ବୈଠକରେ ଭାରତ କହିଛି, ଏହାକୁ କୂଟନୈତିକ ସ୍ତରରେ ଆଲୋଚନା କରି ସମାଧାନ କରିବାକୁ ପଡିବ। ନଚେତ ଏହାର ଭୟଙ୍କର ପରିଣତି ସାରା ବିଶ୍ୱକୁ ଭୋଗିବାକୁ ପଡିବ ।

Leave A Reply

Your email address will not be published.