ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ୟୁକ୍ରେନରେ ଧସେଇ ପଶିଲା ଋଷ ସେନା, ଘନଘନ ମିଜାଇଲ,ବୋମାମାଡ଼

0

ୟୁକ୍ରେନରେ ଧସେଇ ପଶିଲା ଋଷ । ୟକ୍ରେନର ୬ଟି ଏୟାରଫିଲ୍ଡକୁ ଟାର୍ଗେଟ କରିଛି ଋଷ ସେନା । ଫ୍ରାଙ୍କକ୍ୱିସ୍କ ବିମାନବନ୍ଦରରେ ମଧ୍ୟ ମିସାଇଲ ଆକ୍ରମଣ କରିଛି ଋଷ । ୟୁକ୍ରେନର ଏକାଧିକ ସ୍ଥାନରେ ଋଷ ପକ୍ଷରୁ ରକେଟ ମାଡ଼ କରାଯାଉଛି । ୟୁକ୍ରେନର ଅନେକ ଅଞ୍ଚଳକୁ ଦଖଲ କରିନେଇଛି ଋଷ ସେନା । ଆକାଶରୁ ନିଆଁ ଖସୁଛି । ୟୁକ୍ରେନର ନ୍ୟାସନାଲ ଗାର୍ଡ ମୁଖ୍ୟାଳୟକୁ ନଷ୍ଟ କରିଦେଇଥିବା ଋଷ ଦାବି କରିଛି । ଋଷର ମିସାଇଲ ଆକ୍ରମଣରେ ୮ ଜଣ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି । ଏକ ଆପାର୍ଟମେଣ୍ଟ ରେ ରକେଟ ମାଡ ହେବାରୁ ସେଠାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଲୋକେ ଜୀବନ ବଞ୍ଚାଇବାକୁ ଘର ଛାଡି ପଳାଉଥିବା ମଧ୍ୟ ଦେଖାଦେଇଛି ।

ୟୁକ୍ରେନ ତାର ଏୟାର ସ୍ପେସକୁ ବନ୍ଦ କରିଦେଇଛି । ୟୁକ୍ରେନକୁ ଆସୁଥିବା ବିମାନକୁ ସାଇବର ଆଟାକ ଭୟରେ ଏଭଳି ପଦକ୍ଷେପ ନେଇଛି ୟୁକ୍ରେନ। ଋଷର ସ୍ଥଳ ସେନା ୟୁକ୍ରେନରେ ପ୍ରବେଶ କରି ଆକ୍ରମଣ କରିଛି । ମିସାଇଲ ପରେ ଋଷ ଟ୍ୟାଙ୍କରୁ ଆକ୍ରମଣ କରିବା ଆରମ୍ଭ କରିଛି ।ଋଷ ପକ୍ଷରୁ କିଭ ବୋରିୟସ୍ପିଲ, ନିକୋଲାଭ, କ୍ରାମାଟୋରସ୍କ, ଖେରସନ, ଖାରକିଭ ମିଲଟାରୀ ଏୟାରପୋର୍ଟରେ ବୋମାମାଡ଼ ହୋଇଛି । ଏଗୁଡିକ ଜଳୁଥିବା ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ସେପଟେ ୟୁକ୍ରେନ ମଧ୍ୟ ଋଷର ୫ଟି ବିମାନକୁ ଖସାଇଦେଇଥିବା ଦାବି କରିଛି । ଋଷ ଆକ୍ରମଣର କଡା ଜବାବ ଦେବୁ ଏବଂ ଯୁଦ୍ଧ ଜିତିବୁ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.