ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ୟୁକ୍ରେନରେ ଧସେଇ ପଶିଲା ଋଷ ସେନା, ଘନଘନ ମିଜାଇଲ,ବୋମାମାଡ଼

0

ୟୁକ୍ରେନରେ ଧସେଇ ପଶିଲା ଋଷ । ୟକ୍ରେନର ୬ଟି ଏୟାରଫିଲ୍ଡକୁ ଟାର୍ଗେଟ କରିଛି ଋଷ ସେନା । ଫ୍ରାଙ୍କକ୍ୱିସ୍କ ବିମାନବନ୍ଦରରେ ମଧ୍ୟ ମିସାଇଲ ଆକ୍ରମଣ କରିଛି ଋଷ । ୟୁକ୍ରେନର ଏକାଧିକ ସ୍ଥାନରେ ଋଷ ପକ୍ଷରୁ ରକେଟ ମାଡ଼ କରାଯାଉଛି । ୟୁକ୍ରେନର ଅନେକ ଅଞ୍ଚଳକୁ ଦଖଲ କରିନେଇଛି ଋଷ ସେନା । ଆକାଶରୁ ନିଆଁ ଖସୁଛି । ୟୁକ୍ରେନର ନ୍ୟାସନାଲ ଗାର୍ଡ ମୁଖ୍ୟାଳୟକୁ ନଷ୍ଟ କରିଦେଇଥିବା ଋଷ ଦାବି କରିଛି । ଋଷର ମିସାଇଲ ଆକ୍ରମଣରେ ୮ ଜଣ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି । ଏକ ଆପାର୍ଟମେଣ୍ଟ ରେ ରକେଟ ମାଡ ହେବାରୁ ସେଠାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଲୋକେ ଜୀବନ ବଞ୍ଚାଇବାକୁ ଘର ଛାଡି ପଳାଉଥିବା ମଧ୍ୟ ଦେଖାଦେଇଛି ।

ୟୁକ୍ରେନ ତାର ଏୟାର ସ୍ପେସକୁ ବନ୍ଦ କରିଦେଇଛି । ୟୁକ୍ରେନକୁ ଆସୁଥିବା ବିମାନକୁ ସାଇବର ଆଟାକ ଭୟରେ ଏଭଳି ପଦକ୍ଷେପ ନେଇଛି ୟୁକ୍ରେନ। ଋଷର ସ୍ଥଳ ସେନା ୟୁକ୍ରେନରେ ପ୍ରବେଶ କରି ଆକ୍ରମଣ କରିଛି । ମିସାଇଲ ପରେ ଋଷ ଟ୍ୟାଙ୍କରୁ ଆକ୍ରମଣ କରିବା ଆରମ୍ଭ କରିଛି ।ଋଷ ପକ୍ଷରୁ କିଭ ବୋରିୟସ୍ପିଲ, ନିକୋଲାଭ, କ୍ରାମାଟୋରସ୍କ, ଖେରସନ, ଖାରକିଭ ମିଲଟାରୀ ଏୟାରପୋର୍ଟରେ ବୋମାମାଡ଼ ହୋଇଛି । ଏଗୁଡିକ ଜଳୁଥିବା ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ସେପଟେ ୟୁକ୍ରେନ ମଧ୍ୟ ଋଷର ୫ଟି ବିମାନକୁ ଖସାଇଦେଇଥିବା ଦାବି କରିଛି । ଋଷ ଆକ୍ରମଣର କଡା ଜବାବ ଦେବୁ ଏବଂ ଯୁଦ୍ଧ ଜିତିବୁ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.