ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ୟୁକ୍ରେନ ଉପରେ ଆକ୍ରମଣ ନେଇ ନିନ୍ଦା ପ୍ରସ୍ତାବ ଖାରଜ,ଭୋଟରୁ ଦୂରେଇ ରହିଲା ଭାରତ- ଚୀନ

0

ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଋଷ ଆକ୍ରମଣକୁ ରୋକିବା ନେଇ ଓ ସେନାଙ୍କୁ ଫେରାଇ ଆଣିବା
ପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ପ୍ରସ୍ତାବ ଉପରେ ଋଷ କରିଥିଲା । ସୁରକ୍ଷା ପରିଷଦର ପା ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଭାରତ, ଚୀନ,ୟୁଏଇ ଏହି ଆକ୍ରମଣକୁ ନିନ୍ଦା କରିବା ସହ ମତଦାନରୁ ଦୂରେଇ ରହିଥିଲେ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ୟୁକ୍ରେପ ଉପରେ ଆକ୍ରମଣ ବିରୋଧରେ ଉପସ୍ଥାପତି କରାଯାଇଥିବା ପ୍ରସ୍ତାବ ଉପରେ ୧୫ ଜଣଙ୍କ ମଧ୍ୟରୁ ୧୧ ଦେଶର ସଦସ୍ୟ ଭୋଟ ଦେଇଥିଲେ।

ତେବେ ପୂର୍ବରୁ ଏହା ଅନୁମାନ କରାଯାଉଥିଲା ଯେ, ଋଷ ଏହି ପ୍ରସ୍ତାବକୁ ଖାରଜ କରିବା ପାଇଁ ଭିଟୋର ପ୍ରୟୋଗ କରିପାରେ । ଭାରତ, ଚୀନ ଓ ୟୁଏଇ ଭୋଟିଂରେ ଅଂଶ ଗ୍ରହଣ କରିନଥିବା ବେଳେ ପଶ୍ଚିମ ଦେଶ କହିଛନ୍ତି, ଏହି ପ୍ରସ୍ତାବ ୟୁକ୍ରେନ ବିରୋଧରେ ଆକ୍ରମଣ ଓ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱ ମଞ୍ଚ ରେ ଋଷକୁ ଅଲଗା ଦେଖାଇବାକୁ ପ୍ରୟାସ ।

ସୁରକ୍ଷା ପରିଷଦରେ ଭାରତର ପ୍ରତିନିଧି ଟି.ଏସ.ତିରମୂର୍ତ୍ତି କହିଛନ୍ତି, ୟୁକ୍ରେନ ଘଟଣାକୁ ନେଇ ଭାରତ ଚିନ୍ତିତ । ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେବା ଆବଶ୍ୟକ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଭାରତ ପକ୍ଷରୁ କୁହାଯାଇଛି ।ସଂଯୁକ୍ତ ରାଷ୍ଟ୍ରରେ ଆମେରିକା ରାଜଦୂତ ଲିଣ୍ଡା ଥମସ୍‌ ଗ୍ରୀନଫିଲ୍ଡ କହିଛି,ଋଷିଆର ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ଏହା ଆମର ଆନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିଛି । ଋଷ ଭାରତର ସର୍ବ ପୁରାତନ ରଣନୀତିକ ଅଂଶୀଦାର ଭାବେ ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ଋଷ ବିରୋଧରେ ଭାରତ ଭୋଟ ଦେବ ନା ନାହିଁ ତା ଉପରେ ସମସ୍ତଙ୍କ ନଜର ଥିଲା ।

Leave A Reply

Your email address will not be published.