ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ମାରପିଟ୍‌, ଭିଡିଓ ଭାଇରାଲ

0

ୟୁକ୍ରେନରେ ଫସିଥିବା ଭାରତୀୟ ମେଡିକାଲ ଛାତ୍ରଙ୍କ ସହିତ ମାରପିଟ୍ ଓ ହିଂସାର ଚିନ୍ତାଜନକ ଖବର ସାମନାକୁ ଆସିଛି । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଭାରତୀୟଙ୍କ ପରିବାର ଲୋକ ଏବେ ଚିନ୍ତାରେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଭିଡିଓ ଜାରି କରିଛନ୍ତି । ଏବଂ ତୁରନ୍ତ ସେଠାରୁ ସେମାନଙ୍କୁ ଉଦ୍ଧାର କରିବାକୁ ସରକାରଙ୍କୁ ଅପିଲ କରିଛନ୍ତି । ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଯୁଦ୍ଧର ବିଭୀଷିକାରୁ ମୁକୁଳାଇ ସ୍ୱଦେଶ ଅଣାଯାଉଛି । ହେଲେ ଏବେ ବି ବହୁ ସଂଖ୍ୟାରେ ଭାରତୀୟ ସେଠାରେ ଫସିରହିଛନ୍ତି । ସେମାନେ ଅକଥନୀୟ ନିର୍ଯାତନାର ଶିକାର ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ୟୁକ୍ରେନରେ ଥିବ ଭାରତୀୟଙ୍କୁ ଆମେ ଛାଡିପାରିବୁ ନାହିଁ ।ବିଶେଷ କରି ସେହି ଭାରତୀୟ ଛାତ୍ର ଯେଉଁମାନେ ଅତି ହିଂସା ପରିସ୍ଥିତି ଦେଇ ଗତି କରୁଛନ୍ତି । ତେଣୁ ସରକାର ସେମାନଙ୍କୁ ସେଠାରୁ ଯଥାସାଧ୍ୟ ଫେରାଇ ଆଣିବାକୁ ଚେଷ୍ଟା କରିବା ଉଚିତ । ଭାରତୀୟ ଛାତ୍ରମାନେ ୟୁକ୍ରେନରେ ତାଙ୍କୁ ଗୋରୁ ଗାଈ ଭଳି ମାରପିଟ କରୁଥିବା କହି ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ କରୁଣ ନିବେଦନ କରିଛନ୍ତି । ସେମାନଙ୍କ ସହ ଭେଦଭାବ ନୀତି ଆପଣାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ସେପଟେ ୟୁକ୍ରେନ ଆକାଶ ପଥ ସିଲ ହୋଇଥିବାରୁ ପଡୋଶୀ ଦେଶ ସହ ଆଲୋଚନା କରି ଭାରତ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି ।

Leave A Reply

Your email address will not be published.